STORYMIRROR

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

ଦୋମୁହାଁ

ଦୋମୁହାଁ

1 min
11.9K

ଗୋଟିଏ ପାଟିରେ ଭୁରି ଭୋଜନକୁ

ଆନେକ ପାଟିରେ ମଳ,

ଦୋମୁହାଁ ଏଣ୍ଡୁଅ ରଙ୍ଗରେ ଓସ୍ତାଦ

ଭାବୁଛି କରିବ ଖେଳ  l


.ଗୋଟିଏ ପାଟିରେ ଭୁରି ଭୋଜନକୁ

            ଆନେକ ପାଟିରେ ମଳ । ୦ ।


ରାଜାଙ୍କ ଆଗରେ ପୁଅଟେ ଭଲେଇ

ରାଣୀଙ୍କ ଆଗରେ ଝିଅ

ନିଜ ସ୍ବାର୍ଥ ଲାଗି ଦୋମୁହାଁ ପ୍ରକଟ

ଅଡ଼ୁଆ ସୂତାର ଖିଅ,

ସୁଖଦ ମୁହୂର୍ତ୍ତ ମାନ୍ୟରେ ନଥାନ୍ତି

ସତରେ ବିକଟ କାଳ l


ଗୋଟିଏ ପାଟିରେ ଭୁରି ଭୋଜନକୁ

            ଆନେକ ପାଟିରେ ମଳ । ୧ ।


ବେଶ୍ୟାର ରୂପକୁ ବର୍ଣ୍ଣନା ମାତଇ

ପତ୍ନୀକୁ ଦୋଚାରୀ ଭାଷେ

ମାୟାର ଅଳୀକ ସୁଖକୁ ଇଛଇ

ନିଲଠା ଗେଲକୁ ହସେ,

ମହାକାଳ ଫଳ ବାହାରେ ଚିକ୍କଣ

ଭିତରେ ଅସନା ଫଳ l


ଗୋଟିଏ ପାଟିରେ ଭୁରି ଭୋଜନକୁ

            ଆନେକ ପାଟିରେ ମଳ । ୨ ।


ତଣ୍ଡିପ ହୋଇକି ପଣ୍ଡିତ ପରାୟେ

ଆଚରି ଭାବୁଛି ବଡ଼

ପଙ୍କିଳ ପୋଖରୀ ପଙ୍କଜ ଧରୁନି

ବୁଡ଼ାଇ ଦେଉନି ଗୋଡ଼,

ଏମିତି ଅଧମ ସମାଜ ହିତରେ

କଦାପି ନୁହଁଇ ବଳ l


ଗୋଟିଏ ପାଟିରେ ଭୁରି ଭୋଜନକୁ

            ଆନେକ ପାଟିରେ ମଳ । ୩ ।



Rate this content
Log in