STORYMIRROR

Chittaranjan Nanda

Others Children

4  

Chittaranjan Nanda

Others Children

ଦୋଳଯାତ୍ରାର ଫଗୁଗୁଣ୍ଡି ହୋରି

ଦୋଳଯାତ୍ରାର ଫଗୁଗୁଣ୍ଡି ହୋରି

1 min
388


ରାତି ପାହିଲେ ଫଗୁ ଦଶମୀ, 

ଦୋଳଯାତ୍ରାର ଆରମ୍ଭ 

ସେଥିପାଇଁ ଉତ୍କଳର ପୁରପଲ୍ଲୀ 

ପରା ଚଳଚଞ୍ଚଳ ହେବ |


ଶ୍ରୀ ଗୋପିନାଥ ସଙ୍ଗେ ରାଧାରାଣୀ 

ବସି ବୁଲିବେ ଚାନ୍ଦି ବିମାନର

ରାଧା ମାଧବଙ୍କ ଯୁଗଳ ମୁର୍ତ୍ତି ଦିଶେ

ଆହା କି ମନୋହର |


ଅଭ୍ୟାସରତ ସଂକୀର୍ତ୍ତନ ମଣ୍ଡଳୀ 

ଅପେକ୍ଷାରତ ବ୍ୟାକୁଳ ମନରେ

ସଂକୀର୍ତ୍ତନ ମଣ୍ଡଳୀଙ୍କ ଗାନରେ ଭିଡ 

ହେବ ମେଲଣ ପଡିଆରେ |


ବିଜେ ହୋଇ ଭ୍ରମଣ କରିବେ ଘନ

ଶ୍ୟାମ ବରଷକୁ ଥରେ ବିମାନରେ 

କମ୍ପମାନ ହେବ ରାଜରାସ୍ତା, ମୃଦଙ୍ଗ 

ଖୋଳ ଓ ଝାଞ୍ଜତାଳର ନାଦରେ |


ପବିତ୍ର ହେବ ଆମର କର୍ଣ୍ଣ ଦ୍ୱୟ ବୀର 

କାହାଳୀର ଶୁଭ ନାଦରେ

ଦୁଲୁକି ଉଠିବ ମେଲଣ ପଡିଆ, ଘନଶ୍ୟାମ

ସଙ୍ଗେ ରାଇକିଶୋରି ଥିବେରେ |


ସଂକୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ଶ୍ରୀରାଧା

ମୋହନ ମଣିମୟ ବିମାନରେ

 ଝୁଲି ଝୁଲି ପହଞ୍ଚିବେ ପରା ନଗ୍ରେ ନଗ୍ରେ 

ଦାଣ୍ଡେ ଦାଣ୍ଡେ ଓ ଘରେ ଘରେ |


ପନ୍ତି ଭୋଗ ପାଇଁ ଦର୍ଶନ ଦେବେ ରାଧା 

ମାଧବ ବେନି, ସମସ୍ତ ଭକ୍ତବୃନ୍ଦଙ୍କୁ

ଫଗୁଗୁଣ୍ଡି ଉଡିବ, ହୋରି ଚଢିବ, ଚାହିଁ 

ରହିଛୁ ସେ ଅପୁର୍ବ ଦୃଶ୍ୟ ଦେଖିବାକୁ |



Rate this content
Log in