STORYMIRROR

Satyabati Swain

Others

3  

Satyabati Swain

Others

ଦୋଳି

ଦୋଳି

1 min
241

ଜୀବନ ଜନମ ମରଣ ମଝିରେ ଜୀଵ

    ଖେଳୁଛି ଦୋଳି

ପୃଥିବୀ ଆକାଶ ମଧ୍ୟରେ ତ୍ରିଶଙ୍କୁ

    ଝୁଲିବା ପରି।


ଜୀବନେ ସପନ ଆଶା। ସୁନା ହରିଣ 

    ଭ୍ରମର ଖାତେ

ଦଉଡାଇ ମାରେ ମାୟା ମୋହେ ବାନ୍ଧି

    ଖୁସିରେ ପୋତେ।


ବୟସ ଆୟୁଷ ସରେ କେଡେ ବେଏଗି

    ଜଣା ନ ପଡେ

ବର୍ତ୍ତମାନ ବେହୋସ୍ ରୂପ ରଙ୍ଗ ଦେଖି

   ବଢେ ଓ ଗଢେ।


ଅଳିକ ସଂସାର ସୁଖରେ ଏମିତି ମାତେ ଜୀବ

    ସବୁ ଭୁଲି ଯାଏ

ସମୟ ସୂତା ଖିଏରେ ଦୋଳି ଝୁଲେ ଜୀଵ

    ନ ଜାଣେ ହାଏ।

     

ନିଃଶ୍ୱାସକୁ ନାହିଁ ତିଳେ ବିଶ୍ୱାସ ଏତିକି

   ନ ବୁଝେ ଯାହା

ଦୋଳି ଛିଡି ଯିବ ଦିନେ ତ ନିଶ୍ଚୟ କେ

   ନ ହେବ ସାହା।


ବେଳ ଥାଉ ଥାଉ ମନ ବାନ୍ଧରେ ବନ୍ଧ 

    ଭୁଲି ନ ଯାଇ

ଦୋଳି ଛିଡିଲା ବେଳକୁ ଯେମିତି ତୋତେ

   କଷ୍ଟ ନ ହୋଇ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍