ଦୋଳେ ତୁ ଦୋଳଗୋବିନ୍ଦ
ଦୋଳେ ତୁ ଦୋଳଗୋବିନ୍ଦ
ଦୋଳେ ତୁ ଦୋଳଗୋବିନ୍ଦ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
---------- -------------------- ----------
• ଆହେ ନଟ ନବ ନାଗର ବର
• ଗୋପବାଳା ହୃଦ ଚନ୍ଦନ ବନ୍ଦନ
• ନବ ଜଳଧର କଞ୍ଜ ବଦନ
• ଦେବକୀ ଉଦରେ ହେଲ ସଂଚାର
• କଂସ ର ଅନ୍ଧାର କାରା ରେ ଜନ୍ମ
• ଗୋପରେ ଗୋପାଳ ନନ୍ଦନନ୍ଦନ , ଆହେ ନଟ… ।।
•
• ସୁଦାମା,ସୁବଳ ମେଳେ ଶ୍ରୀଧର
• ଘରେ ଘରେ ବୁଲି ଗୋପ, ବୃନ୍ଦାବନ
• ମୋହିତ କରନ୍ତି ଗୋପାଙ୍ଗନା ମନ
• ଘଡି,ବଢା ଭଙ୍ଗା ଲବଣୀ ଚୋର
• ମାଟିଖିଆ ପାଟି ବ୍ରହ୍ମାଣ୍ଡ ଦର୍ଶନ
• ଯଶୋମତୀ ସତେ କି ଭାଗ୍ୟବାନ , ଆହେ ନଟ… ।।
•
• କାଇଁଚ ମାଳିଆ ସେ ପିତାମ୍ବର
• ନୀପମୂଳେ ବିଜେ ବଂଶୀ ବଦନ
• ମୟୂର ମୁକୁଟ କି ଶୋଭାବନ
• ରାଧାରାଣୀ ସଙ୍ଗେ ତ୍ରୀଭଙ୍ଗି ଛନ୍ଦର
• ଦେଖରେ ଅନନ୍ୟ ରୂପ ଲାବଣ୍ୟ
• ପାପା କ୍ଷୟ ହେବ ଲଭିବୁ ପୂଣ୍ୟ , ଆହେ ନଟ… ।।
•
• ଦୋଳ ଲଗନରେ ଫଗୁଣ ଆସର
• ଦୋଳେ ଦୋଳଗୋବିନ୍ଦଙ୍କ ଙ୍କ ଦର୍ଶନ
• ପ୍ରଫୁଲ୍ଲ ଚିତ୍ତେ ତୁ କର ଆରେ ମନ
• ସଂସାର ବନ୍ଧନୁ ହୋଇଯିବୁ ପାର
• ଦୟା କରିବେ ରେ ରାଧିକା ମୋହନ
• ଯୁଗ୍ମ ଛନ୍ଦା ପଦେ ରହୁରେ ମନ , ଆହେ ନଟ… ।।
