STORYMIRROR

Sarojini Jena

Others

3  

Sarojini Jena

Others

ଦୋଳ ପୂର୍ଣ୍ଣିମା

ଦୋଳ ପୂର୍ଣ୍ଣିମା

1 min
143


ବରଷକ ବାରମାସେ ତେର ଓଷା ପୁଣ

ତହିଁ ମଧ୍ୟରୁ ଦୋଳପୂର୍ଣ୍ଣିମାଟି ଅନ୍ୟତମ ଜାଣ ।


ମାତା ରାଧିକା,କ୍ରିଷ୍ଣ ଜଗତର ପିତା

ଦୋଳମଣ୍ଡପେ ଦର୍ଶନ ଦିଅନ୍ତି ଜଗତକରତା ।


ଫଗୁ ଦଶମୀରେ ସେ ଯେ ବିଜେ କରିଥାନ୍ତି

ଗ୍ରାମେ ଗ୍ରାମେ ବିମାନରେ ଭ୍ରମଣ କରନ୍ତି ।


ଖଇ, ଖଜା ଦିବ୍ୟ ଭୋଗେ ମନ ତୋଷିଥାନ୍ତି

ରାଧା ମାଇଁଙ୍କୁ ଧରି ଝୁଲଣେ ବସନ୍ତି ।


ଏ ଓଡିଶା ମାଟି ଅଟେ ସଂସ୍କୃତିର ରାଜ୍ୟ

କେତେ ପୂଜା ପାର୍ବଣ ପଡିଥାଇ ଆଜ ।


ଫଗୁ ଖେଳି ଖେଳି ଜନେ ଦୁଃଖ ଭୁଲିଥାନ୍ତି

ରାଧା କ୍ରିଷ୍ଣ ପ୍ରେମରେ ନିଜକୁ ହଜାନ୍ତି ।


କହ୍ନେଇର କେତେ ସଜ ବିମାନେ କରନ୍ତି

ଦୋଳଯାତରା ରେ ବୁଲି ମେଲଣ କରନ୍ତି ।


ବିମାନେ ବସନ୍ତି ପ୍ରଭୁ ଦୋଳଗୋବିନ୍ଦ

ପୁରବାସୀଙ୍କ ସଗୃହରେ ଲାଗଇ ଆନନ୍ଦ ।


ବରଷକୁ ଥରେ ଭକ୍ତ କରିଣ ପ୍ରତୀକ୍ଷା

ଭୋଗ ଲାଗିଦେବେ ଆପଣାର କରନ୍ତି ପ୍ରତୀକ୍ଷା ।


ସତେକି ପ୍ରଭୁ ତାଙ୍କ ଗୃହକୁ ଆସିବେ

କେତେ ସଜବାଜ ହୋଇ ରଙ୍ଗ ମାଖି ଦେବେ ।


ପୁରେ ପୁରେ ଖେଳି ଯିବ ରଙ୍ଗର ମହଲ

ସେ ରଙ୍ଗରେ ରଙ୍ଗାଇ ହୋଇ କାହ୍ନୁ ହେବ ଝଲମଲ ।


ରଙ୍ଗ ପିଚକାରୀ ଟିକେ ରାଧାଙ୍କୁ ଲଗାଇ

ପ୍ରେମର ଇଶାରା ଦେବେ ଜଗତର ସାଇଁ ।


ଏ ପରବ ଅଟେ ପରା ଭାଇଚାରାର ପରବ

ଜଗତ କରତା ମଙ୍ଗଳ କରନ୍ତୁ ସରବ।






Rate this content
Log in