STORYMIRROR

Sahadev Behera

Others

3  

Sahadev Behera

Others

ଦୋଛକିରେ ଜୀବନ

ଦୋଛକିରେ ଜୀବନ

1 min
259


ଜୀବନଟା ଜଳିଯାଏ, ପୋଡିଯାଏ

ପାଉଁଶ ବି ହୁଏନି

ତଥାପି ବଞ୍ଚିବାକୁ

କେତେ ଯେ ଠେଲାପେଲା

ଭିଡ ମଧ୍ଯରୁ ପାରି ହୋଇ

ଆଗକୁ ଆଗକୁ ଆଗେଇ ଯିବାର

କ୍ଳାନ୍ତହୀନ ପଥିକଟେ ପରି ll

ଚାଲି ଚାଲି ସରିଯାଏ ପଥ ଯେଉଁଠି

ପୁଣି ଆରମ୍ଭ ହୁଏ ଆଉ ଏକ

ଦୁର୍ଗମ ପଥ ସେଇଠୁ

ଲମ୍ବିଥାଏ ଆଶା ଭରସାର

ଘୋଡା ଦୌଡ ମଇଦାନକୁ

ଅବା ତେଲଲୁଣ ଅଭାବୀ ସଂସାରର

ଜଞ୍ଜାଳ କ୍ଷେତକୁ ll

ସବୁ ପରେ ବି

ସତମିଛର ନଟୁ ପରି ଘୂରୁଥିବା

ତା ଇତଃସ୍ତତଃ ମନଟା

ବେଳେବେଳେ ଥକି ଯାଏ,

ଅଟକି ଯାଏ କଅଁଳ ସେ

ଶକ୍ତିହୀନ ପାଦ ଦୁଇଟି

ଜୀବନର କେଉଁଏକ

ଦୋଛକି ରାସ୍ତାରେ ll

ନା ଆଗକୁ ବଢିବାରେ

ଥାଏ ଶକ୍ତି ସାମର୍ଥ୍ଯ

ନା ପଛକୁ ଫେରି ଚାହିଁବାର ସମୟ

ତଥାପି ମଣିଷ ବଞ୍ଚି ରହେ

ସମ୍ଭାବନାର କେଇମୁଠା

ଫସଲକୁ ନେଇ ll



Rate this content
Log in