STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଦୋ-ମୁହାଁ-ପରିଚୟ

ଦୋ-ମୁହାଁ-ପରିଚୟ

1 min
13.5K


ସଂକୀର୍ଣ୍ଣ ମାନସିକତାର

ଆକାଶ

ଅମଣିଷତ୍ଵଙ୍କ ଢେର କୋଳାହଳ ପୂର୍ଣ୍ଣ ବଜାର ଭିତରେ

ନିଜ ପରିଚୟ ଖୋଜୁଥିବା

ଏକାକୀ ମଣିଷଟିଏ,

ମୁଦ୍ରାର ଗୋଟିଏ

ପାଶ୍ୱ

ଢେର ଚମକିଲା

ଆରଟି

ଅନ୍ଧାର

ଏଡାଇ ଦିଆ ନ ଯାଇପାରେ

ଅନ୍ଧାର ଘରେ

ଖୋଜିବା

କଳା ବିରାଡ଼ି ଛୁଆ

ରୋମାଞ୍ଚଭରା ଯେ ସେ

ଅନ୍ଵେଷଣ,

ପାଣିର ଧର୍ମ ନିମ୍ନଗାମୀ

ଆଭିଜାତ୍ୟ ପୂର୍ଣ୍ଣ ,ଉଚ୍ଚ ଅଭିଳାଷ, ଅହଂକାର

କି କରିପାରେ ତାକୁ ବିପରିତଗାମୀ

ତଥାପି

ଚାଲିଥାଏ ପ୍ରୟାସ ନିତି ପ୍ରତିଦିନ ଖୋଜିବା କଦାପି ମିଳି ନ ଥିବା

ପରିଚୟ

ଯେ ଯାବତ ଚାଲିଛି ଜୀବନର ଗତି

ଅବିରାମ ,

ହୃଦୟର ଶବ୍ଦ ଶୁଭେ ଏଠି ବିପରିତ

ସଠିକ ତା ଚାଲି ସଠିକ ତା କଥା

ସ୍ରୋତ ବିପରିତ ଗତି

କଠିନ ନିଶ୍ଚୟ,

ମନକୁ ବୁଝାଇ କୁହାଯାଏ

ତାକୁ ଯନ୍ତ୍ରଣା

ଯେ ପୁଣି ଅତି ଆପଣାର,

ପ୍ରତ୍ୟେକ ପ୍ରତିକ୍ରିୟାର

ରହିଛି

ଅନେକ ପାଶ୍ୱ ପ୍ରତିକ୍ରିୟା

ଜୀବନ ନଦୀର

ଶେଷ ପର୍ଯ୍ୟନ୍ତ ଯେତେ ପାଖ

ମୁହାଣ

ସେତେ ଜଣଙ୍କ ପାଖେ

ଅନ୍ୟ ଜଣଙ୍କ ପରିଚୟ

ଦୋ-ମୁହାଁ -----------!

©®କାଶ୍ୟପ

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍