STORYMIRROR

Meenakshi Padhy

Others

3  

Meenakshi Padhy

Others

ଦ୍ଵନ୍ଦ୍ୱ

ଦ୍ଵନ୍ଦ୍ୱ

1 min
97

ସବୁ ପଚାରନ୍ତି କହିଲ ବାବୁ ରେ,

"ଜୀବନେ ତୁମର କ'ଣ ହେବ...?"

ଫୁଟବଲ୍ ଧରି ହାତରେ ମୁଁ କହେ,

"ବଡ଼ ଖେଳାଳି ଟେ ହେବି ଦେଖିବ... ।"

ବାପା ବୁଝାଇଲେ, "ଗରିବ ଆମେରେ

ଖେଳିଲେ ତୋ ପେଟ ପୋଷିବ କିଏ?

ପାଠ ପଢି ବଡ଼ ଅଫିସର ହେଲେ

ଆମପରି ଲୋକ ଙ୍କୁ ଶୋଭା ପାଏ..।"


ଦୁଇ ନିଷ୍ପତ୍ତିର ଦୋଛକି ମଝିରେ

ଛିଡା ହୋଇଛି ମୁଁ ଭାବନା ଶୂନ୍ଯ,

ଜୀବନ ସଉଦା ହାଟରେ ବେପାର

ନୋ ଗୋଲ୍, ମୋର ପଏଣ୍ଟ୍ ଶୁନ...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍