Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Dixit

Others

2  

Rasmita Dixit

Others

ଦ୍ଵିତୀୟ ଈଶ୍ୱର

ଦ୍ଵିତୀୟ ଈଶ୍ୱର

1 min
209


ଆକାଶର ଛାତି ପରି ଛାତଟିଏ ,

ସବୁଜ ସମ୍ଭାବନାରକ୍ଷେତରେ

ପ୍ରତିଶ୍ରୁତି ବଦ୍ଧ ପ୍ରତ୍ୟୟ ଟିଏ ,

ସାଗରର ବିଶାଳତା -

ସ୍ନେହ - ମୁକ୍ତା ଭରା ମନଟିଏ ,

ଶ୍ରୀଫଳ ପରି ହୃଦୟ ଟିଏ ,

ଛୁଇଁ ଛୁଇଁ ନ ହେଉଥିବା

ହିମାଳୟ ପରି ଉଚ୍ଚତା ଟିଏ ,

ସବୁ ପାପ ,ସବୁ ଅବସାଦକୁ

ଧୋଇ ନେବାପାଇଁ ସଦା ପ୍ରସ୍ତୁତ

ଗୁପ୍ତଗଙ୍ଗା ଟିଏ  ।


ମଙ୍ଗଳ କାମନା କରି

ଅବିରତ ଝରୁଥିବା

ଅନ୍ତଃସଲୀଳା ଫଲ୍ଗୁ ଟିଏ ,

ଜୀବନ ସଂଗ୍ରାମ ର ମହା ମନ୍ଥନ ର

ନିର୍ଯ୍ୟାସୁ ଉତ୍ତଥିତ ଗରଳ ତକ

ନୀଳକଣ୍ଠ ପରି ପାନ କରି

ଅମୃତର ବିନ୍ଦୁ ସଞ୍ଚି ଥାଏ ,

ଆକସ୍ମିକ ଝଡ ବାତ୍ୟା ରୁ

ସୁରକ୍ଷା ଯୋଗାଇ ଦେଉଥିବା

ଉଷୁମ ନରମ ପକ୍ଷୀ ନୀଡ଼ ର ଆଶ୍ରୟ ଟିଏ ।


ଅଭୟ ବରଦାୟୀ

ଆଶ୍ୱାସନା ଭରା ,ଦିଗନ୍ତ ପରି ବିସ୍ତୃତ ହସ୍ତଟିଏ ,

ଯିଏ ସଦା ସର୍ବଦା ପ୍ରତିକୂଳ ପରିସ୍ଥିତି ବିରୋଧରେ

ନିଜେ ଯୁଝି ପାଦତଳୁ

କଣ୍ଟାକୁ ଆଡେଇ ଦେଉଥାଏ ,

ବିପଦ ଆପଦରୁ ଉଦ୍ଧାର କରି

ହାତଧରି ଉଠାଇ ନେଉଥିବା

ସୁଖ ଦୁଃଖର ବନ୍ଧୁଟିଏ ,

"ବାପା", ତୁମ ନାମର ଉଚ୍ଚାରଣ ରେ

ଭୂମିରୁ ଭୁମା ଯାଏ

ଅଦୃଶ୍ୟ ଅନାବିଳ ସମ୍ପର୍କର

ଯୋଗସୂତ୍ର ଟିଏ ଆପେ ଆପେ

ବାନ୍ଧିହେଇଯାଏ ,

ତୁମେ ହିଁ ପ୍ରଥମ ବନ୍ଧୁ ମୋର

ମୋ ପାଇଁ ଏଇ ପୃଥିବୀରେ

ଦ୍ଵିତୀୟ ଈଶ୍ୱର ।

 


Rate this content
Log in