ଦିଶାହୀନ ମାତୃଭାଷା
ଦିଶାହୀନ ମାତୃଭାଷା
ଭାଷା ତ ଭାଷା ଆମ ମାତୃଭାଷା
ସେ ଭାଷାର ବିକଳ୍ପ କାହିଁ ? l
ଯାହାକୁ ଶିଖିଛେ ମାଆଠାରୁ ଆମେ
ଚାଲୁଥିଲେ ଯେବେ ଠୁକେଇ,
ଯେଉଁ ଭାଷାଲାଗି ପୂର୍ବପୁରୁଷ
କରିଛନ୍ତି କେତେ ଲଢେଇ,
ଯେଉଁ ଭାଷାଲାଗି ଦେଶ ବିଦେଶରେ
ରହିଛି ଆମର ବଡେଇ,
ସେ ଭାଷାକୁ ଭୁଲି କେମିତି ଚଳିବା
ନିଜ ପରିଚୟ ହଜେଇ? l
ଭାବ ବିନିମୟ ମନ ଦିଆନିଆ
ଲାଗି ସିନା ମାତୃଭାଷା !
ଶୋଭା ପାଏ କଣ ଉକୁଣି ମୁଣ୍ଡରେ
ପାରିଲେ ଢ଼ାଲିଆ ଖୋଷା? l
ମାଆର ମମତା ମାଆର ରାନ୍ଧଣା
ମାଆ ହାତର ପରଷା
ମିଳେକି ସନ୍ତୋଷ ମାଉସୀ ହାତରୁ
କାହିଁକି କରିବା ଆଶା? l
ଜାତି ସ୍ୱାଭିମାନ ଜାତ
ିର ଗୌରବ
ଟେକ ରଖିଥାଏ ଭାଷା
ଏକତା ରଜୁରେ ବାନ୍ଧି ରଖିଥାଏ
ଦେଇ କେତେ ଉଚ୍ଚ ଆଶା l
ଦିଶାହୀନ ଏବେ ଆମ ମାତୃଭାଷା
ସମୃଦ୍ଧ ପ୍ରାଚୀନ ଓଡ଼ିଆ ଭାଷା
ଶାସ୍ତ୍ରୀୟ ମାନ୍ୟତା ଲଭିଛି ସିନା ସେ
ହରାଇଛି ଉଚ୍ଚ ଆଶା l
ଭାଷାର ଉତ୍କର୍ଷେ ଭାଷାର ସମୄଦ୍ଧେ
ଚାଲ ଟିକେ ମନ ଦେବା
କରି ରୁଦ୍ଧିମନ୍ତ ଭାଷାକୁ ଆମର
ଆଗକୁ ଆଗେଇ ନେବା l
କହିବା ଓଡ଼ିଆ ପଢ଼ିବା ଓଡ଼ିଆ
ଲେଖିବା ଓଡ଼ିଆ ଭାଷା
ଭାଷା ସମୃଦ୍ଧିରେ ହୋଇ ସହାୟକ
ଦେବା ତାକୁ ନୂଆ ଦିଶା l
ସଦାନନ୍ଦ ପ୍ରତିହାରୀ
Email -snpratihari 7@gmail.com