STORYMIRROR

Nirupama Bhattamishra

Others

3  

Nirupama Bhattamishra

Others

ଦିପଦ କଥା

ଦିପଦ କଥା

1 min
326


ଦି ପଦ କଥା

ଯାହା କହିହୁଏନା 

ରୁଗ ରୁଗ କରି ଜାଳିଦିଏ ଅସ୍ତିତ୍ୱ 

ସେଇ ଦିପଦ କଥା ଯାହା

ମଣିଷ ମଣିଷ ଭିତରେ ଠିଆ

 କରିପାରେ ଗୋଟେ ପାଚେରୀ

 ରୁକ୍ଷତା ଆଉ ଅବୁଝାପଣ

ପୁଣି ଝଡଟିଏ ବି ଆଣିପାରେ

ଏ ପ୍ରେମମୟ ପୃଥିବୀରେ

ପ୍ରେମର ଘୋର ଅଭାବ

କର୍ମର ଦ୍ୱାହି ଦେଇ

ବିଜ୍ଞାନ ଯୁଗରେ ରହି

ସମୟର ଘୋର ଅଭାବ ଦର୍ଶାଇ 

କଠୋରତାରେ ମ୍ରିୟମାଣ 

ନିଖୋଜ ପ୍ରାୟ ସମ୍ପର୍କମାନେ

ସୁଧୀଜନ

ମହାନ କବିଜଣେ ଲେଖିଥିଲେ

ମଧୁର ବିନୟ ବଚନ କହି

ତୋଷିବା ଜନମନ 

ସ୍ନେହବୋଳା ଦିପଦ କଥାରେ

ଯଦି ଗଢ଼ିହେଇ ପାରେ

ତେବେ ଧ୍ବଂସଆଭିମୁଖୀ

କାହିଁକି ଏ ସମାଜ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍