STORYMIRROR

banaja nandini mishra

Others

4  

banaja nandini mishra

Others

ଦିନେ ତୁମେ ଫେରିବ

ଦିନେ ତୁମେ ଫେରିବ

1 min
936


ମୁଁ ଜାଣିଛି ତୁମ ହାତେ ଡୋରି

ସତରେ କଣ ତୁମେ ବଦଳି ଯାଇଛ

ଆଉ ସାଥିରେ ନେଇଯାଇଛ

ଗାଁ ର ବାସ୍ନା ମାଆ ର ମୋହ

ଘରଅଗଣା ସାଙ୍ଗସାଥି ତୋଟାମାଳ

ଅଭୁଲା ସ୍ମୃତି ଏନ୍ତୁଡ଼ିଶାଳ

ଗୁରୁଜୀଙ୍କ ମାଡ଼ ଆଉ ବେତବାଡ଼ି ।


ନଈ ପଠାରେ ସୋରିଷ ଫୁଲର ବାସ

କୃଷକ ଭାଇର ଚାଷ ବ୍ରତଉପବାସ

ଆମ ଦୁଷ୍ଟାମୀ ରାଗରୁଷା

ଗୁରୁଜନଙ୍କ ଆକଟ

ସଢ଼େଇରେ ଭାତ ଡାଲି

ସାଙ୍ଗସାଥି କଳି

ଗଢ଼ିଥିବା ବାଲିଘର ଆଉ ରଜଦୋଳି

କାଗଜ ଡ଼ଙ୍ଗା ପୁଚି ଖେଳ

ପୁଣି ବୋହୁ ଚୋରି

ପୋଖରୀ ତୁଠରେ ଗାଁ ବଧୂଲିର

ଫିକି ଫିକି ହସ ।


ତୁମେ ପୁଣି ଥରେ ଫେରି ଆସ

ଦେଖ ଆଜି କାହାର କାହା ସାଥେ

ନାହିଁ ସ୍ନେହ ଭକ୍ତି ବିଶ୍ୱାସ

ନାହିଁ ଭାଇଚାରା ଭାବ

ଚାଲେ ଖାଲି ଛାଇ ଆଲୁଅର ଖେଳ

ମଣିଷର ମୁଖା ଦେଖି ଲାଗୁଅଛି ଡର

ସତମିଛ ଭୁଲି ଗଲୁଣି ଯେ ହାରି

ତଥାପି ଆଶା ରଖିଛି

ପୁଣି ପରିବର୍ତ୍ତନ ହେବ

ହେ ସମୟ ନିଶ୍ଚୟ ଦିନେ

ତୁମେ ଫେରିବ

ଦିନେ ତୁମେ ଫେରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍