STORYMIRROR

Prasanta kumar Hota

Others

2  

Prasanta kumar Hota

Others

ଦୀପଟିଏ ପରି ଦେଉଥିବି

ଦୀପଟିଏ ପରି ଦେଉଥିବି

1 min
356


ତୋଚରଣେ ପ୍ରଭୁ ଦୀପଟିଏ ହୋଇ

ରହିଥିବି ତୋର ପାଖ

ଜଳୁଥିବି ନିତି ନଥିବ ମୋ ଇତି

ସଦା ଥିବି ସମୁଦ୍ୟତ।


ମନ୍ଦିର ଗୁହାରେ ଜଳିଲେ ଅନ୍ଧାରେ

ଆସୁଥିବେ ଭକ୍ତ ଦେଖି

ପାଉଥିବି ସୁଖ ଦେଇ ଦିବ୍ୟାଲୋକ

ଦିବ୍ୟପଣେ କାରୁବାକି।


ଦିଅ ମୋତେ ପ୍ରଭୁ ଏତିକି ସୌଭାଗ୍ୟ

ଥିବି ତୋର ପାଦ ତଳେ

ଲଭିବି ତୋସୁଖ ସାର୍ଥକ ସମ୍ପ୍ରାପ୍ତେ

ଭୁଲିଯିବି ଦୁଃଖ ବଳେ


କର ମୋତେ ପ୍ରଭୁ ଦୀପଟିଏ ପରି

ଦେଉଥିବି ଦିବ୍ୟାଲୋକ

ଦେଉଥିବି ମୁହିଁ ନେଉଥିବୁ ତୁ଼ହି

ନଥିବ ଅନ୍ତରେ ଦୁଃଖ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍