Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhushmita Prusty

Others

3.4  

Madhushmita Prusty

Others

ଦୀପାବଳୀ

ଦୀପାବଳୀ

1 min
334


ଜଳିବ ଦୀପାଳି ଶୁଭ ଦୀପାବଳୀ 

ଆଲୋକିତ ହେବ ମହୀ, 

ଅମାବାସ୍ୟା ରାତ୍ରି ଘନ ଅନ୍ଧକାର 

ଅଚିରେ ଯିବ ଦୁରେଇ |

ବର୍ଷକୁ ଥରେ ଘର ଅଗଣାରେ 

କାଉଁରିଆ କାଠି ଜାଳି, 

ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ କରି 

କରେ ଘେନିଵା ଅଞ୍ଜଳି |

ମଣ୍ଡପରେ ଉଭା ହେବେ ଜଗଦ୍ଧାତ୍ରୀ 

ମହାକାଳୀ ମହାମାୟା, 

ବିପତ୍ତି ଟାଳିବେ ଭକ୍ତି ସମର୍ପଣେ 

ଭକ୍ତଙ୍କୁ କରିବେ ଦୟା |

ଘରେ ଘରେ ପୂଜା ମହାଲକ୍ଷ୍ମୀଙ୍କର 

ପରିପୂର୍ଣ୍ଣ ଯେ ଭଣ୍ଡାର, 

ସର୍ବଶୁଭ ହେବ ସାରା ସଂସାରର 

କଲ୍ୟାଣ ଦେବେ ଅପାର |

ବିପତ୍ତି ଆସିଛି ନିଶ୍ଚୟ ଟଳିବ 

ମହାମାରୀ ଦୂରେ ଯିବ, 

ସୁଖଶାନ୍ତି ପୁଣି ବିରାଜିତ ହେବ 

ଶୁଭ ଦୀପାଳି ଜଳିବ |


Rate this content
Log in