Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayantimala Rout

Others

3.4  

Baijayantimala Rout

Others

ଦୀପାବଳୀ

ଦୀପାବଳୀ

1 min
210


ଦୀପାବଳୀ ଆଜି ଜଳୁଛି ଦୀପାଳି

ହୃଦୟ ମନ୍ଦିରେ ମୋର ,

ଜାଳିଦିଅ ପ୍ରଭୁ ମୋ ମନ ମନ୍ଦିରୁ 

ପାପ ଯେତେ ଭରପୁର ।

ଅମା ଅନ୍ଧକାର ଦୂର ହେଇଯାଉ

ଦୀପର ଆଲୋକ ମଧ୍ୟେ,

ମାନବ ସମାଜ ଆଲୋକିତ ହେଉ

ଜୀବନ ଜଞ୍ଜାଳ ଯୁଦ୍ଧେ ।

ନାଶ କରିଦିଅ ସଂସାରର ଯେତେ

ଦୁଃଖ କଷ୍ଟ ଯନ୍ତ୍ରଣାକୁ ,

ଭରିଦିଅ ସୁଖ ସବୁରି ଜୀବନେ

ଫେରାଇ ଦିଅ ଶାନ୍ତିକୁ ।

ଅଜ୍ଞାନ ଅନ୍ଧାର ଦୂରେଇ ଦିଅ ହେ 

ଦୀପର ଆଲୋକ ଦେଇ,

ଜ୍ଞାନର ଆଲୋକ ଜାଳିଦିଅ ପ୍ରଭୁ 

ମୋ ମନ ମନ୍ଦରେ ରହି ।

ଅନ୍ୟାୟ ଉପରେ ନ୍ୟାୟର ବିଜୟ

ହୋଇଥିଲା ଏହି ଦିନ,

ଏ କଳିଯୁଗରେ ପାପ ନାଶ କରି 

କର ଧର୍ମ ସଂସ୍ଥାପନ ।



Rate this content
Log in