STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ଦୀପାବଳି

ଦୀପାବଳି

1 min
224


--------

ଶରତର ଶେଷେ ଆସିଛି ମରତେ

ହସି ହସି ଦୀପାବଳି 

ବରଷକ ଥରେ ଆଲୋକ ପରବ 

ଲାଗିଲାଣି କେତେ ମେଳି ।।


ଶୀତୁଆ ପବନ ଦେହ ଛୁଇଁଲାଣି

କାନ ମୁଣ୍ଡ ଶିରିଶିରି

ନାଲି ନେଳି ରଙ୍ଗେ ବତି ଜଳିଲାଣି

ହସ ଖୁସି ଅସୁମାରି  ।।


ଧାଡି ଧାଡି ଦୀପ ଚଉଁରା ମୂଳରେ

ପଡିଛି ରଙ୍ଗ ମୁରୁଜ

କେତେ ସଜବାଜ ନୂଆ ଜାମା ପ୍ୟାଣ୍ଟ 

ଲାଗିଛି କେତେ ମଉଜ ।।


ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ 

ଦୀପଟିଏ ଜାଳିଦେବା

ସୀମାର ସୁରକ୍ଷା ପାଇଁକି ପିଲାଏ

ସଇନିକଟିଏ ହେବା ।।


ବାଣକୁ କହିବା ନା ପିଲାମାନେ

କିଣିବାନି ଗୋଟେ ବାଣ

ଆମ ପରିବେଶ ଆମରି ଜୀବନ

ହେବା ଆମେ ସଚେତନ ।।


ବାଣର ଶବଦେ ଶବ୍ଦ ପ୍ରଦୂଷଣ 

ହେବ ବାୟୁ ପ୍ରଦୂଷଣ 

ନାନା ଜାତି ରୋଗ ଦେହକୁ ଛୁଇଁବ

ହେବା ଯାହା ହୀନିମାନ ।।


କାଉଁରିଆ କାଠି ଜାଳିବା ଶ୍ରଦ୍ଧାରେ

ବଡବଡୁଆଙ୍କ ପାଇଁ 

ଭକତିରେ ଦେବା ଘିଅ ଦୀପଟିଏ 

ମାତା କାଳୀଙ୍କର ପାଇଁ ।। 


ଉତ୍ସବ ମୁଖର ଗାଆଁ ରୁ ସହର

ନାହଁ କିଛି ଭେଦ ଭାବ

ସେନହ ମମତା ମହ ମହ ବାସେ

ଭରିଯାଉ ସଦଭାବ   ।।


ଏହି ଦିନ ରାମ ଫେରିଲେ ଅଯୋଧ୍ୟା 

ବଧ କରି ରାବଣକୁ

ପୁରବାସୀ ଯେତେ ଜାଳିଥିଲେ ଦୀପ

ବନ୍ଦାପନା କରିବାକୁ  ।।


ଆଉ ଏକ କଥା ପୁରାଣରେ ଲେଖା

ମନ ଦେଇ ପିଲେ ଶୁଣ 

ନରକା ଆସୁର ବଧିଲେ ଶ୍ରୀକୃଷ୍ଣ

ଏହି ଦିନ ପରା ଜାଣ  ।।


ଶୁଣ କୁନା କୁନି ବାବୁଲା ବାବୁଲୀ

ଆଲୋକ ପରବ ଏହି

ଅସତ୍ୟ ଉପରେ ସତ୍ୟର ବିଜୟ

ହସିଲାଣି ଧୀରେ ମହୀ   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍