ଦୀପାବଳି
ଦୀପାବଳି
ବାର ମାସରେ ତେର ପର୍ବ
ଭାରତ ମାଟିକୁ କରେ ମୁଁ ଗର୍ବ,
ଆହା କି ସୁନ୍ଦର ପର୍ବ ପର୍ବାଣି
ଆଲୋକର ପର୍ବ ଦୀପାବଳି l
ଆଲୋକିତ ହୁଏ ଭାରତ ଭୂମି
ପୁରାଣ, ଶାସ୍ତ୍ରରେ ବର୍ଣିତ ତହିଁ,
ଚଉଦ ବର୍ଷ ବନବାସ ସାରି
ରାମ,ଲକ୍ଷ୍ମଣ,ସୀତା ଆସନ୍ତି ଫେରି l
ସୁ ସଂଜିତ ଅଯୋଧ୍ୟା ନଗରୀ
ମାଟିର କାଞ୍ଚିରେ ଦୀପ ଜଳେଇ,
ଆସୁଛନ୍ତି ରଘୁବଂଶ କୁଳମଣି
ଚଉଦବର୍ଷର ଅନ୍ଧକାର ହରେଇ l
ସତ୍ୟର ଜୟ ମିଛର ପରାଜୟ
ଅନ୍ଧାରକୁ ହରାଏ ଆଲୋକିତ,
ରାବଣକୁ ମାରି ରାମଚନ୍ଦ୍ର
ଅସୁର ଗଡର ଘଟାଇଲେ ଅନ୍ତ l
ସୀତା ମାତାକୁ ସାଙ୍ଗରେ ଧରି
ରାମ,ଲକ୍ଷ୍ମଣ ଆସିଲେ ଫେରି,
ଅଯୋଧ୍ୟା ନଗରୀରେ ଅନ୍ଧକାର ହଟେଇ
ରାତିରେ ସମସ୍ତଙ୍କ ଦୀପ ଜଳେଇ l
ସେହି ଦିନକୁ ଚିରନ୍ତନ କରିବା ପାଇଁ
ତାହାକୁ ଆଲୋକର ପର୍ବ ମନାନ୍ତି,
କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ
ସମସ୍ତଙ୍କ ଘରେ ମାଟି ଦୀପ ଜାଲନ୍ତି l
ଦୀପାବଳି ଅଟେ ସତ୍ୟର ପ୍ରତୀକ
ମାଟି ଦୀପ କରନ୍ତୁ ସମସ୍ତେ ବ୍ୟବହାର,
ଚାଇନା ମାଲ ଛାଡି, ଦେଶୀକୁ
ଆସ ମିଶିକରିବା ଆମେ ନିଜର l
