STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଦୀପାବଳି

ଦୀପାବଳି

1 min
363


ସଳିତା ଜଳିବ ଦୀପାବଳି ହେବ

ତେଲ ଢଳା ହେବ ଦୀପରେ

ବାଣ ଫୁଟା ହେବ ଶବଦ କମ୍ପିବ

ଅନ୍ଧାର ଘୁଞ୍ଚିବ ତା ପରେ ll


ପୂର୍ବ ପୁରୁଷଙ୍କୁ ଦୀପ ଦାନ ହେବ

ତୁଳସୀ ମାଆଙ୍କ ଆଗରେ

ଭୋଗ ରାଗ ଦେଇ ଦେବାର୍ଚନା କରି

ଆଳତି ଆଖୁର ଡାଙ୍ଗରେ ll


ଅନ୍ଧାରେ ଆସି ଉଜ୍ବଳେ ଯାଅ

ଶ୍ୟାନ୍ତି ସମୃଦ୍ଧି ମାନରେ

ହେ ପୂର୍ବ ପୁରୁଷ ଆଶିଷ ଦିଆହେ

ଧନ ଜନ ଧିସ୍ନମ୍ମାନରେ


ଅନ୍ଧାର ଲୁଚି ଉଜ୍ବଳ ଆସିବ

ଚମକିବ ଭାଗ୍ୟ ତାରା

ଦୀପାବଳି ପର୍ବେ ଆନନ୍ଦ ଖେଳିବ

ଆଲୋକିତ ବସୁନ୍ଧରା


ଦୁଖଃ ଘୁଞ୍ଚିବ ସୁଖଃ ଆସିବ

ଦୁର୍ଦିନ ଜୀଵ ହଟି

ନୂଆ ଯୁଗର ନୂତନ ଉତ୍ସା ହେ

ହସିବ ଧରତ୍ରୀ ମାଟି ll


ବନ୍ଧୁ ବାନ୍ଧବେ ହେବେ ଏକ ମେଳ

ନ ଥିବ ଜାତିର ଚିନ୍ତା

ସଭିଏଁ ଓଡିଶୀ ଏକତ୍ର ହୋଇ

ଇଜ୍ଜତିବେ ମାଟି ମଥା ll


ପୂର୍ବ ପୁରୁଷ ଗୌରବ ଗାଥା

ପୌରୁଷେ ଦେବେ ଦୀପ

ଧନ ଧାନ୍ୟରେ ପୂର୍ଣ୍ଣି'ସଂସାର

ଗଢିବ ନୂଆଁ ଗୋପ ll


ସଭିଙ୍କୁ ମିଳିବ ପଥ ନୂଆଁ ନୂଆଁ

ସଭିଏଁ ହେବେ କର୍ମଠ

ବିଜ୍ଞାନ ଯୁଗେ ନୂତନ ପିଢ଼ି

କାଢ଼ିବେ ଉନ୍ନତ ବାଟ ll



Rate this content
Log in