STORYMIRROR

Etishree Jana

Others

3  

Etishree Jana

Others

ଦୀପାବଳି

ଦୀପାବଳି

1 min
250

ଆଲୋକର ପର୍ବ ଦୀପାବଳି ସେତ

ଦୀପର ଅଟେ ସେ ସମ୍ଭାର

କୋଟିକୋଟି ଦୀପ ଜଳି ଉଠିଥାଏ 

ଘର ଅଗଣାରେ ଆମର।


ପ୍ରଥା ଅଛି ଆମ ଅଯୋଧ୍ୟା ନିମନ୍ତେ

ଫେରିଥିଲେ ଯେବେ ରାଘବ 

ଏହି ଦିନଟିକୁ ଆଲୋକିିିତ କରି

କରିଥିଲେ ତାଙ୍କ ସ୍ୱାଗତ।


ଘରେ ଭରିିିଯାଏ ଖୁସିର ଲହରୀ

ଫେରେ ଯେବେ ଘର ବାହୁଡା

ସନ୍ଧ୍ୟା ଆଗମନେ ଫୁଟିଥାଏ ବାଣ

କମ୍ପାଇ ଗାଁ,ଦାଣ୍ତ,ଘର ଅଗଣା।


ଭଳିକି ଭଳି ରକମର ବାଣ

ଫୁୁଟିଉଠେ ଯେବେ ଗଗନେ

ଝିିିଅବୋହୁମାନେ ଦୀପ ଜାଳନ୍ତି

ମୁରୁଜ ଉପରେ ଜତନେ।


ଖୁସିର ପରବ ଦୀପାବଳି ଅଟେ

ଅନ୍ଧାର ଉପରେ ଆଲୋକର

ଶଶାଙ୍କସମ ଦୀପଟିଏ ସିଏ

ଦୂରକରେ ଅନ୍ଧକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍