ଦୀପାବଳି
ଦୀପାବଳି
1 min
240
ଆଲୋକର ପର୍ବ ଦୀପାବଳି ସେତ
ଦୀପର ଅଟେ ସେ ସମ୍ଭାର
କୋଟିକୋଟି ଦୀପ ଜଳି ଉଠିଥାଏ
ଘର ଅଗଣାରେ ଆମର।
ପ୍ରଥା ଅଛି ଆମ ଅଯୋଧ୍ୟା ନିମନ୍ତେ
ଫେରିଥିଲେ ଯେବେ ରାଘବ
ଏହି ଦିନଟିକୁ ଆଲୋକିିିତ କରି
କରିଥିଲେ ତାଙ୍କ ସ୍ୱାଗତ।
ଘରେ ଭରିିିଯାଏ ଖୁସିର ଲହରୀ
ଫେରେ ଯେବେ ଘର ବାହୁଡା
ସନ୍ଧ୍ୟା ଆଗମନେ ଫୁଟିଥାଏ ବାଣ
କମ୍ପାଇ ଗାଁ,ଦାଣ୍ତ,ଘର ଅଗଣା।
ଭଳିକି ଭଳି ରକମର ବାଣ
ଫୁୁଟିଉଠେ ଯେବେ ଗଗନେ
ଝିିିଅବୋହୁମାନେ ଦୀପ ଜାଳନ୍ତି
ମୁରୁଜ ଉପରେ ଜତନେ।
ଖୁସିର ପରବ ଦୀପାବଳି ଅଟେ
ଅନ୍ଧାର ଉପରେ ଆଲୋକର
ଶଶାଙ୍କସମ ଦୀପଟିଏ ସିଏ
ଦୂରକରେ ଅନ୍ଧକାର।
