STORYMIRROR

Prashanta Padhan

Others

3  

Prashanta Padhan

Others

ଦୀପାବଳି

ଦୀପାବଳି

1 min
14.1K


ଅମାବାସ୍ୟାର ସେ ଘନ ଅନ୍ଧକାର

ନିମିଷକେ ଯିବ ହଟି

ଭ୍ରମ ସୃଷ୍ଟି ହେବ ଦିବାକର କିବା

ମାଟିରେ ପଡିଛି ଲୋଟି ।।

ପ୍ରଜ୍ବଳିତ ହେବ ଲକ୍ଷେ ମାଟିଦୀପ

ଶ୍ରୀରାମଙ୍କ ଅପେକ୍ଷାରେ

ରାବଣ ବିନାଶୀ ଅଯୋଧ୍ୟା ଫେରିବେ

ଚଉଦ ବରଷ ପରେ ।।

ପୁରାଣ ହୁଏନି କେବେ ବି ପୁରୁଣା

ଜୀବନ୍ତ ଅଛି ସେ ସ୍ମୃତି

ଅଧର୍ମ ଉପରେ ଧର୍ମର ବିଜୟ

ଦୁନିଆଁର ଏ ତ ରୀତି ।।

ଏ କଳିଯୁଗରେ ଆସିବେ ଶ୍ରୀରାମ

କଳ୍କୀ ରୂପେ ଅବତରୀ

ସ୍ଥାପନା କରିବେ ନୂଆଁ ରାମରାଜ୍ୟ

ପତିତ ଜନ ଉଦ୍ଧାରୀ ।।

ତମସା ରୂପକ ଅଜ୍ଞାନ ହଜିବ

ଜ୍ଞାନ ରୂପୀ ଆଲୁଅରେ

ପାପପଙ୍କେ ପୁଣି ପଦୁଅଁ ଫୁଟିବ

ଏ ଜୀବନ ଯମୁନାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍