STORYMIRROR

Sriya Pattnaik

Others

3  

Sriya Pattnaik

Others

ଦୀପ ସଳିତା

ଦୀପ ସଳିତା

1 min
27.2K


ଜୀବନ ଜଞ୍ଜାଳେ

ଦୀପ ସଳିତା ଟେ ହୋଇ,

ଜଳୁଅଛି ନିରନ୍ତର ।

ପ୍ରକାଶ ଦେବାକୁ ବ୍ରତ ନେଇଅଛି,

ଉପକାର ହେବ ଜୀବଙ୍କର ।।୧


ସଳିତା ଦହନେ ଆଲୋକ,

ଲିଭିଯାଏ ହୋଇ ପାଉଁଶ ।

ଆଲୋକିତ କରି ସାରା ଜୀବନ

ଅନ୍ତିମେ ନିଏ ଶେଷ ନିଶ୍ୱାସ ।।୨


ଦୀପ ଶିଖା ରେ ଆକର୍ଷିତ ହୋଇ

ଦିଅନ୍ତି ଝାସ ଯେ ଅନେକ।

ଅପବାଦ ସହେ କୀଟ ପତଙ୍ଗର

କହେ ଭାଙ୍ଗିଦେଲୁ ତାର ବିଶ୍ୱାସ।।୩


କେତେ ଝଡ ଝଞ୍ଜା ପାଣି ପବନର

ମୁଣ୍ଡପତି ସହି ଯାଏ ।

କର୍ମକୁ ଆଦରି ସଂକଳ୍ପ ବିଚାରି

ଆଲୋକିତ କରୁଥାଏ ।।୪


ଦୀପର ଗର୍ବରେ କର୍ମଭୂମି ମୋର

ଦଇବ କରିଛି ବିଚାର ।

ଜଳୁଥାଏ ମୁଁ ଦେଖନ୍ତି ସମସ୍ତେ

ଶୁଭେନି କାହାକୁ ,ମୋ କରୁଣ ଚିତ୍କାର ।।୫


ଶ୍ରୀୟାକାନ୍ତ ପଟ୍ଟନାୟକ

sriya009@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍