STORYMIRROR

Anirudha Kund

Others

3  

Anirudha Kund

Others

ଦୀନବନ୍ଧୁ ଦଇତାରୀ

ଦୀନବନ୍ଧୁ ଦଇତାରୀ

1 min
11.9K


ମାଗୁ ନାହିଁ ଧନ ମାଗୁ ନାହିଁ ଜନ

    ମାଗୁନି ସରଗ ପରୀ

ଦିଅହେ ଭକତି ହରି ନାମ ପ୍ରୀତି

    ମାଗୁଅଛି ଥାଳ ଧରି

    ଦୀନବନ୍ଧୁ ଦଇତାରୀ.....


ଅପରାଧ କ୍ଷମା  କର ଆହେ ପ୍ରଭୁ

   ଅବୋଧ ପଣ ଆଦରି

କରୁଣାରୁ କେବେ ନକରିବ ଉଣା

  କରେ ମୁଁ ପାଦେ ଗୁହାରି

   ଦୀନବନ୍ଧୁ ଦଇତାରୀ.....


ଯେତେ ଦୁଃଖ ଦେବ ଦିଅ ହେ ମାଧବ

     ଦୁଃଖକୁ ଯିବିନି ଡରି

ଦୁଃଖ ଅଛି ବୋଲି ସୁଖ ମୁଁ ପାଉଛି

    ତୁମ ନାମକୁ ସୁମରି

    ଦୀନବନ୍ଧୁ ଦଇତାରୀ.....


ଝରୁଥାଉ ସଦା ତୁମ କୃପାବାରି

    ଭଜୁଥାଏ ହରି ହରି

ହେ ପ୍ରଭୁ ଆରତ ଘେନ ପ୍ରଣିପାତ 

    ଜଗତ ପାଳନକାରୀ

    ଦୀନବନ୍ଧୁ ଦଇତାରୀ.....।


Rate this content
Log in