STORYMIRROR

Pranati Mahapatra

Others

2  

Pranati Mahapatra

Others

ଦୀନବାନ୍ଧବ ଦଇତାରି

ଦୀନବାନ୍ଧବ ଦଇତାରି

1 min
296



ଦୀନବାନ୍ଧବ ଦଇତାରି ନାମ

ଜଗତେ ପଡିଛି ହୁରି,

ଦୁଃଖୀ ଦୁଃଖ ଦୂର କରୁକରୁ ତୋର

ଦୁଃଖ ତ ହୁଅଇ ଭାରୀ,

ଆହେ ନୀଳାଦ୍ରି ବିହାରୀ,

କିମ୍ପାଇଁ ମଉନେ ବଡ଼ ଦେଉଳରେ

ଚାହୁଁ ଜଳଜଳ କରି।

ଦୀନ ବାନ୍ଧବ...

କାଠ ପାଷାଣର ନିର୍ଜୀବ ବସ୍ତୁଟେ

ଭାବେ ବଳଶାଳୀ ଜୀବ,

ନିଜ ଇଛାମତେ ତୋର ନୀତି ଯାକ

ଅଲଗା କରଇ ସର୍ବ,

ହାତପାଦ ନାହିଁ ଚଉଦ ଭୂବନ

ବୁଲି କରୁ ଚକ୍ରଧାରୀ,

ନିର୍ବାକ,ନିଶ୍ଚଳେ ଦେଖୁଥାଉ କାହିଁ

ଯିବକି କଳିର ଆୟୁଷ ସରି।


ଦୀନବାନ୍ଧବ...

ବାରହାତ ଖଣ୍ଡା ହସ୍ତେଧରି କେବେ

ଆସିବ ହେ ନୀଳମଣି,

କଳା,ଧଳା ଘୋଡ଼ା ଚଢି ବିନାଶିବ

କଳକୀ ରୂପକୁ ଘେନି,

ପାପୀ ବିନାଶିବ,ଦୁଷ୍ଟ ସଂହାରିବ

ଉସ୍ଵାସ ହେବ ଧରଣୀ,

ଧର୍ମ ସଂସ୍ଥାପନ ସତ୍ୟ ଯୁଗ ବାର୍ତ୍ତା

କେବେ ହେବ ଚକ୍ରଧାରୀ।

ଦୀନବାନ୍ଧବ ଦଇତାରି ନାମ

ଜଗତେ ପଡିଛି ହୁରି।


ଘୋର କଳିକାଳେ ଗୁରୁ ଗୁରୁଜନ

ନ ମାନନ୍ତି ପୁଣି କେହି,

ନୀତି ଧର୍ମ ସବୁ ପୋଡି ଖାଇଲେଣି

ଅପସଂସ୍କୃତି ଆପଣେଇ,

ମାଳିକା ବଚନ ହେଉଅଛି ସତ୍ୟ

ଯାହା ଅଛି ଲିପିବଦ୍ଧ।

ସତ୍ୟ,ଧର୍ମର ବିଜୟ ଧ୍ଵଜା ଉଡାଅ

ଆହେ ବିଶ୍ଵ ବିହାରୀ

ଦୀନବାନ୍ଧବ ...




ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍