STORYMIRROR

Umashankar Satpathy

Others

3  

Umashankar Satpathy

Others

ଦିଗହରା ବସନ୍ତ

ଦିଗହରା ବସନ୍ତ

1 min
239


ସେଇ ଚିକ୍କଣ ମସ୍ରୁମ ବାରଣ୍ଡା

ଦର୍ପଣ ପରି ଚକ୍ ଚକ୍ କରୁଛି

କେତେ ପଦଚିହ୍ନ ମିଳେଇ ଯାଇଛି

ରଞ୍ଜନ ଠୁଁ ମନୋରଞ୍ଜନ 

ରୂପା ଠୁଁ ସ୍ୱରୂପା,

ମୁଁ ବି ହଜିଯାଇଛି

ସେ ବି......

ତଥାପି ମୁକ

ଏତେ ଗୁଣି ଜ୍ଞାନୀଙ୍କ ବାଣୀର ଆଧାର 

ସେଇ ଗ୍ରନ୍ଥାଗାର

କେବେ ସମୟ ମାଗିନି

ଖାଲି କ୍ୟାଲେଣ୍ଡର ପୃଷ୍ଠା ଓଲଟିଛି ସିନା

ସେଇ ଘଣ୍ଟା ଚାଲିଛି

ଏକରୁ ଚବିଶି ପର୍ଯ୍ୟନ୍ତ

କେତେ ସ୍ମୃତି 

ତା ବି ସାଇତି ରଖିଛି

ଥରେ ଦେଖିଯା

ହେ ପ୍ରବଳ ପ୍ରତାପୀ...

ଦକ୍ଷିଣା ପବନ ଆଜି ଉର୍ଦ୍ଧ୍ୱମୁଖି

ହଷ୍ଟେଲ ଛାତ ଆଜି ବୈଶାଖରେ

ଶୁନଶାନ୍

ରାଜପଥର ଆଲୋକ ଆଜି 

ଅଟ୍ଟାଳିକାର ବେଡଲାଇଟ୍

ଏଠି ଆଲୋକର ସଂଜ୍ଞା ବଦଳିଛି

ଶ୍ୱାସରୁଦ୍ଧ ବାଣୀବିହାରରେ 

ବସନ୍ତ ରାସ୍ତା ଖୋଜୁଛି

କେମିତି ଲୁଚିଯିବ

ଯୋଉଠି ପ୍ରେମର

ଭାଷା ବଦଳିଯାଇଛି

ଚିଠି ନାହିଁ କି,

ନାହିଁ ସେ ଅମରପୋଇ 

କି ଗୋଲାପ

ଯାହା କେବେ ସାଇତା ଥିଲା

ମୋଟା ମୋଟା ବହିର ପୃଷ୍ଠାରେ

ମଧୁ ଅଛି ନା ରାୟର ଫ୍ରାୟ

ପଖାଳ ବି ଫ୍ରାୟ ହୁଏ 

ରସୁଣ କଞ୍ଚା ଲଙ୍କାରେ

ସେଇ ମୋ ସ୍ମୃତି

ପାଣିଟାଙ୍କିରେ ସନ୍ଧ୍ୟା

ଅଳକାରେ ଆଳୁଚପ

ବିନା ରୋଗରେ ଡିଷ୍ପେଣସରୀ

କେବଳ ସତିଚଉରାର ଆକର୍ଷଣ

ବିସଏ ଏସେଲର ସାଇକଲ

ପୁଣି ଘରବହୁଡ଼ା 

ଏମିତିକା ଖରାଛୁଟି

ଶରୀର ଗାଁରେ

ମନ ମିନିର ଆଖିରେ

ନା ରଜର ମହକ 

ନା ହୋଲିର ରଙ୍ଗ

କେବଳ

ସବୁ କେନ୍ଦ୍ରୀଭୂତ ଥିଲା

ହଷ୍ଟେଲର ଅଭୁଲା ମୁହୂର୍ତ୍ତ

ସତରେ ଡରୁଥିଲି

ଲେଉଟାଇ ବାକୁ ସେ ପୃଷ୍ଠା ଜୀବନର ପାଆନ୍ତିଆ ସକାଳେ

ପ୍ରେମ ଥିଲା କି ପ୍ରତାରଣା 

ପଢ଼ିଥିଲି ସେସବୁ 

ଜୀବନର ମଧ୍ୟାହ୍ନରେ

ଆଜି ପୁଣି ଇଚ୍ଛାହୁଏ ପଢ଼ିବାବାକୁ  ' ପ୍ରେମିକା ' ର ପୃଷ୍ଠା

ଜୀବନର ଅପରାହ୍ନରେ

ନିର୍ଲଜର ସ୍ଥାପତ୍ୟକୁ ନେଇ

କେତେ ଯେ ଗଢିଛି କୋଣାର୍କ

କଳଙ୍କକୁ ଭଲପାଏ ବୋଲି ସିନା

ଚନ୍ଦ୍ରମା ପ୍ରେମିକା

ତୋଫା ଜହ୍ନ ଥିଲା ସ୍ମୃତି 

ମଧୁ ଯାମିନୀର,

ଅସରନ୍ତି ତାରା ଶେଯ 

ଉଆଁସୀ ରାତିରେ 

ରଜନୀଗନ୍ଧା ମୁଁ 

କଳଙ୍କରେ ଛିଟାରେ

ଅସ୍ତିତ୍ୱ ମୋ ଭରପୁର

ଏତିକି ବୁଝିଲି କୀର୍ତ୍ତି,

ଚାହିଁଲେ ମିଳିବ

ରାଜ୍ୟ ସିଂହାସନ

ନ ଫେରିବ ଆଉ 

ଏ ଛାତ୍ର ଜୀବନ....

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍