Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TUKUNA SAHU

Others

2  

TUKUNA SAHU

Others

ଦିଗ ହରା ପ୍ରେମିକ

ଦିଗ ହରା ପ୍ରେମିକ

1 min
2.4K


ଦିଗହରା ପ୍ରେମିକ

ହୃଦୟ ମୋହର ସାଜି ବାଟବଣା

ଖୋଜୁଛି ଚେହେରା ତୋର

ଛଳନା ନଈ ତୋ ପ୍ରେମ ଥିଲା ବୋଲି

ବୁଝୁନି ଏ ମନ ମୋର ।

ସାଜିଲୁ ସଧବା ଦୁନିଆଁ ଆଗରେ

ମଥାରେ ପିନ୍ଧି ସିନ୍ଦୂର

ଯେତେ ବୁଝାଇଲେ ଏ ମନ ମାନେନା

କହେ ତୁ ଏକା ମୋର ।

ମରଣ ଦେଇଚି ଶେଷ ଚିଠି ଲେଖି

ଠିକଣା ଖୋଜୁଛି ମୋର

ମୋ ପାଇଁ କିଆଁ ନିର୍ଦ୍ଦୟ ସାଜିଲା

ପାଷାଣ ହୃଦୟ ତୋର ।

କହି ମିଠା କଥା ଦେଇ ପ୍ରେମ ବାର୍ତ୍ତା

ମନ ନେଲୁ ମୋର କିଣି

କେମିତି ଭୁଲିବି ତୋ କଥା ପ୍ରିୟା

ନିଜେ ବି ପାରୁନି ଜାଣି ।

ଟୁକୁନା ସାହୁ

ସାନ୍ତରା ପଲ୍ଲୀ

ଗଞ୍ଜାମ


Rate this content
Log in