STORYMIRROR

Jitendra Seth

Others

3  

Jitendra Seth

Others

ଦିଦି ଆମ ଏକ ନମ୍ବର

ଦିଦି ଆମ ଏକ ନମ୍ବର

1 min
265



ପାଠରେ ଶାଠରେ ସବୁରେ 

ଦିଦି ଆମ ଏକ ନମ୍ବର

ହସରେ ଖୁସିରେ ମଜାରେ

ଦିଦି ଆମ ଏକ ନମ୍ବର


ରୂପରେ ଯେମିତି ଗୁଣରେ ସେମିତି

ଭିତରେ ଯେମିତି ବାହାରେ ସେମିତି 

ମନରେ ରଖନ୍ତି ନାହିଁ ନିଜପର


ପାଠରେ ଶାଠରେ ସବୁରେ 

ଦିଦି ଆମ ଏକ ନମ୍ବର...... (0)


ମାଆ ପରି ମାଆ ଟିଏ ପୁଅ ପାଖରେ

ଝିଅ ରୂପେ ଦେବୀ ସିଏ ବାପ ଘରରେ

ଦୁର୍ଲଭ ଘରଣୀ ସିଏ ସ୍ଵାମୀ ମନରେ

ଆଦର୍ଶ ଶିକ୍ଷିକା ଟିଏ ବିଦ୍ୟାଳୟରେ


ଗୀତରେ ଯେମିତି ନାଚରେ ସେମିତି

ଶ୍ରଦ୍ଧାରେ ଯେମିତି ସ୍ନେହରେ ସେମିତି

ହେବେନି କେହି କେବେ ସରି ତାଙ୍କର


ପାଠରେ ଶାଠରେ ସବୁରେ 

ଦିଦି ଆମ ଏକ ନମ୍ବର.... (1)


ଦୟା କ୍ଷମା ତାଙ୍କ ଠାରେ ରହିଚି ଭରି

ଗୁଣବତୀ, ରୂପବତୀ ସୁଯୋଗ୍ୟା ନାରୀ

କଥାରେ କଥାରେ ମୋହି ନିଅନ୍ତି ମନ

ସଭିଙ୍କ ହୃଦୟେ ସିଏ ରୂପେଲି ଜହ୍ନ


ସୁଖରେ ହସାନ୍ତି ଦୁଃଖରେ କାନ୍ଦନ୍ତି

ବିପଦେ ଆପଦେ ଠିଆ ସେ ହୁଅନ୍ତି

ସେଥିପାଇଁ ଲାଗନ୍ତି ସେ ଆପଣାର 


ପାଠରେ ଶାଠରେ ସବୁରେ 

ଦିଦି ଆମ ଏକ ନମ୍ବର.... (2)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍