Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଦିବ୍ୟ ଜ୍ୟୋତି ଶୂନ୍ୟ ବ୍ରହ୍ମ

ଦିବ୍ୟ ଜ୍ୟୋତି ଶୂନ୍ୟ ବ୍ରହ୍ମ

1 min
273


• ଦିବ୍ୟ ଜ୍ୟୋତି ଶୂନ୍ୟ ବ୍ରହ୍ମ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ରାତିପାହିଗଲେ ଜଗନ୍ନାଥ ନାମ ଭଜନ କରେ ମୁଁ ନିତି

• ପାହାନ୍ତି ପହରୁ ମନ ହଜିଗଲା ଦେଖି ମଙ୍ଗଳ ଆଳତୀ ।।

• ଚୁଆ, ଚନ୍ଦନ ର , କସ୍ତୁରୀ, କର୍ପୁର ବାଶ ଯାଉଛି ଚହଟି

• ସଯ୍ୟାତ୍ୟାଗି ସିଂହା- ସନ ରେ ବିଜୟ କଲେଣି ଜଗତ ପତି ।।

• ମାଳ ମାଳ ଦୂବ , ଦୟଣା, ତୁଳସୀ ମଞ୍ଜରୀ ରେ ମୁଖକାନ୍ତି

• ଝଲସି ଉଠୁଛି ଚାହିଁ ହେଉ ନାହିଁ ସେ ଶୂନ୍ୟ ବ୍ରହ୍ମ ଦିବ୍ୟ ଜ୍ୟୋତି ।।

• ଘଣ୍ଟ,ଘଣ୍ଟା,ଶଂଖ ବାଜଇ ମୃଦଙ୍ଗ ବିପ୍ରେ ବେଦ ଗଉଛନ୍ତି

• ଦେଖ ଆରେ ମନ କି ଶୋଭା ଦିଶନ୍ତି. ବିଶ୍ଵନିଧି ଲକ୍ଷ୍ମୀ ପତି ।।

• ଚାରୁ ଚନ୍ଦ୍ରାତପ ଚାନ୍ଦୁଆ ଶୋଭିତ ରତନ ଦୀପର ଦ୍ଵିତୀ

• କୋଟିଏ ଅରୁଣ କିରଣ ବିଭାସେ ପାହିଆସୁଅଛି ରାତି ।।

• ମୁଖରିତ ହେଲା ଜନ କୋଳାହଳ ବାୟଷ ମଧୂର ଗୀତି

• ମଣିମା ମଣିମା. ଡାକରେ ଉଛୁଳେ ପାହିଆସିଲାଣି ରାତି ।।

• ମଙ୍ଗଳ ଲଗନ ଜୀବନ ମଗନ ଦେଖି ତାର ଚକା ଆଖି

• ବିହ୍ବଳ ହୋଇଲା ଏ ଦୀନ ପରାଣ ତୁମେ ଏକା ତାର ସାକ୍ଷୀ ।।

• ତୁମନାମେ ଭାବି ଗୀତ ରଚେ କବି ପ୍ରଫୁଲ୍ଲ ଫୁଲ ଆଳତୀ

• ଘେନାହେଉ ମହା- ବାହୁ ବାସୁଦେବ ପଦାମ୍ଵୁଜେ ରହୁ ମତ୍ତି ।।


Rate this content
Log in