Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Pratihari

Others

2  

Sadananda Pratihari

Others

ଦିବ୍ୟ ଭାବନା

ଦିବ୍ୟ ଭାବନା

1 min
1.6K



ଦିବ୍ୟ ଭାବନା

****************************

ସୁଖ ଦୁଃଖ ଆସେ କର୍ମ ଅନୁସାରେ

ଚିନ୍ତା ଚିନ୍ତନକୁ ନେଇ

ହେମ ହରିଣକୁ ଗୋଡାଇ ଶ୍ରୀରାମ

ଫେରିଲେ ନିରାଶ ହୋଇ ॥

ଧୃବ ସତ୍ୟ ଏହା ମାନିବାକୁ ହେବ

ଭାବନା ହିଁ ଶ୍ରେୟସ୍କର

ଭାବନା ପଛରେ କର୍ମ ଧାବମାନ

ଜୀବତାର ବଚସ୍କର ॥

ଭାବନା ଭିତରେ ଆସେ ଅନାବନା

କୁତ୍ସିତ କୁରୂପ କଦାକାର

ଦିବ୍ୟଭାବନାରେ କର୍ମ ଶୃଙ୍ଖଳିତ

ସୁଖ ଶାନ୍ତି ଭରପୁର ॥

ତେଣୁ ବଂଧୁ ଆମେ ଭାବନା ରାଜ୍ୟରେ

ଘୁରିବାକୁ ଗଲାବେଳେ

ହୋଇ ଯତ୍ନଶୀଳ ସଭିଙ୍କର ହିତ

ଦେଖୁଥିବା ସବୁବେଳେ ॥

ପ୍ରଭୁ ଭଗବାନ ନିଜେ ହିତକାରୀ

କରୁଣାର ମୂର୍ତ୍ତିମନ୍ତ

ତାଙ୍କୁ ଅନୁସରି କଲେ ଦିବ୍ୟ କର୍ମ

ହେବାନାହିଁ ହନ୍ତସନ୍ତ ॥

(ସଦାନନ୍ଦ ପ୍ରତିହାରୀ)

ଭ୍ରାମ୍ୟଭାଷନଂ-୯୯୩୭୩୬୭୭୦୯

ତା୧୪-୧୦-୨୦୧୮


Rate this content
Log in