STORYMIRROR

Santanu Bisoi

Others

3  

Santanu Bisoi

Others

ଦିଅ ପ୍ରଭୁ ଦିବ୍ୟଜ୍ଞାନ।

ଦିଅ ପ୍ରଭୁ ଦିବ୍ୟଜ୍ଞାନ।

1 min
11.6K

ଜୀବ ଯବନିକା ପଡ଼ିଆସୁ ଅଛି

ନେଇ ନାହିଁ ଦିନେ ତୁମ ନାମ,

ଜୀବନର ଏଇ ଅନ୍ତିମ ସମୟେ

ଗାଇ ଚାଲେ କୃଷ୍ନ ହରିରାମ।।


ଉନ୍ମତ୍ତ ଯୌବନ ଗର୍ବ ଦମ୍ଭେ ହଜି

ପାଶୋରିଲି ସବୁ ଧର୍ମ କର୍ମ,

ଅହଙ୍କାର ଆଉ ମାନ ପ୍ରତ୍ତିପତ୍ତି

ହେୟ ମଣିଥିଲା ହିନ୍ଦୁଧର୍ମ।।


ପରିତାପ ହୃଦେ, କରଇ ପ୍ରାର୍ଥନା

ଭକ୍ତି ନୈବେଦ୍ୟ ଘେନ ନାଥ,

କାଲି ଥିଲ ପ୍ରଭୁ ଆଜିବି ନମସ୍ୟ

ଭବିଷ୍ୟତେ ଥିବ ଜଗନ୍ନାଥ।।


ତୁମ ବିନା ସତ୍ତା ଅଛିକି ଜୀବର

ସର୍ବ ଘଟେ ତୁମେ ପରିବ୍ୟାପ୍ତ,

ଭକ୍ତିଅର୍ଘ୍ୟ ତୁମ ପାଶେ ଢାଳି ଦିଏ

ତୁମ୍ଭ ପାଦେ ସ୍ଥିର ରହୁ ଚିତ୍ତ।।


ଭକତ ବାନ୍ଧବ ଭକତର ସଖା

ଭକ୍ତିଭାବେ ବନ୍ଧା ଭଗବାନ,

ଏ ଅଧମ ମୂର୍ଖେ କ୍ଷମା ଜଳେ ଧୋଇ

ଦିଅ ଦିଅ ପ୍ରଭୁ ଦିବ୍ୟଜ୍ଞାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍