ଦିଅ ଏତେ ଶକ୍ତି
ଦିଅ ଏତେ ଶକ୍ତି
1 min
147
ତୁମ ଗୁଣ ଗାନ କରୁଥିବି ପ୍ରଭୁ ଦିଅ
ମୋତେ ଏତେ ଶକ୍ତି
ତୁମରି ଗୀତରେ ତୁମରି କଥାରେ
ପାଇ ଯାଏ ମୁଁ ଯେ ଶାନ୍ତି
ତୁମକୁ ଛାଡିଲେ ମାୟାରେ ପଡିବି
ମିଛ ମାୟାରେ କି ସୁଖ ପାଇବି
ତୁମକୁ ଭୁଲିଲେ ବାଟବଣା ହେବି
ମଣିଷ ଜନ୍ମର କି ଲାଭ ପାଇବି
ତୁମ ନାମା ମୃତ ନୀତି ଦିଅ ପ୍ରଭୁ
ବିଷୟାରୁ ହେବି ମୁକ୍ତି
ମିଛ ଏ ଦୁନିଆ ମିଛ ଏ ସମ୍ପର୍କ
କେହି ନୁହେଁ କାହାର
ତୁମେ ମୋପାଇଁ ସବୁତ ରଖିଛ
ଗଢିଛ ମୋର ଶରୀର
ତୁମ ଦର୍ଶନରେ ସବୁ ସୁଖ ମିଳେ
ହୋଇ ଯାଏ ଆତ୍ମା ତୃପ୍ତି
