STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଦିଅ ବାରେ କୃପା ଦୃଷ୍ଟି

ଦିଅ ବାରେ କୃପା ଦୃଷ୍ଟି

1 min
17K



କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

-------------- ---------------------- ------------

ଉପଳ ନହୋଇ ଉତ୍ପଳ ନେତ୍ରରେ ମାତ୍ରକ ଦୃଷ୍ଟି ରେ ଦୃଷ୍ଟି

ପକାଇଲେ କଷ୍ଟି ଅରିଷ୍ଟି କଟନ୍ତା ଦୟାମୟ ପରମେଷ୍ଟି ।।


ନିରତେ ଆରତ ଆରତୀ ସତତ କରେ ଅବଗତ ତୋରେ

କହତ ଜଗତ ନାଥ ଜଗନ୍ନାଥ ନଶୁଣ କେଉଁ ପ୍ରକାରେ

ତୁଷ୍ଟ ହୋଇ ଦୁଷ୍ଟ ଦଳନ କରିଲେ ଘୁଞ୍ଚି ଯିବ ଦୁଃଖ ଘାଟି

ଉପଳ ନହୋଇ ଉତ୍ପଳ ନେତ୍ରରେ…….।।


ଅଷ୍ଟ ପାଟବଂଶୀ ରାଟ ନନ୍ଦଚାଟ ଦେଖ ହେ ବିଶ୍ବ ସମ୍ରାଟ

ପତିତ ପତିତପାବନ କେତନ ତଳେ ହୁଏ ଛଟପଟ

ଦୟାମୟ ଦୟା ସାଗର ଦାରୁଣ ଦୁଃଖ ଦିଅ ବାରେ ମୁଞ୍ଚି

ଉପଳ ନହୋଇ ଉତ୍ପଳ ନେତ୍ରରେ……..।।


ହଟ ନକର ହେ କଳ୍ପବଟ ତଟ ନବିନ ନିରଦ ନଟ

କପଟ ନକର ହେ ନଟ ନାଗର ଶ୍ରୀଧର ନକର କୁଟ

ତବ କରୁଣା ପୀୟୂଷ ବରଷଣେ ଉତ୍ଫୁଲ୍ଲିତ ହେଉ କ୍ଷିତୀ

ଉପଳ ନହୋଇ ଉତ୍ପଳ ନେତ୍ରରେ……..।।


ଗୋପେ ଗୋପବାଳୀ ହୃଦୟ ସଂଖାଳି ଗୋପିନାଥ ବ୍ରଜରାଜ

ଆର୍ତ୍ତତ୍ରାଣ ପ୍ରାଣ ପବନ ପାବନ କରଦେଇ ପଦ ରଜ

ପ୍ରଫୁଲ୍ଲ ଅଧମ କରୁଛି ଜଣାଣ ଶ୍ରୀପଦ ପଙ୍କଜେ ଲୋଟି

ଉପଳ ନହୋଇ ଉତ୍ପଳ ନେତ୍ରରେ……..।।







இந்த உள்ளடக்கத்தை மதிப்பிடவும்
உள்நுழை