Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Others

3  

Mr.GAGAN BIHARI NAYAK

Others

ଦି'ଟୋପା ଲୁହ

ଦି'ଟୋପା ଲୁହ

1 min
124


ଦି'ଟୋପା ଲୁହ


ଜଳୁଛି ନିଆଁ ମୋ' ମନ ବନାନୀରେ

ହସୁଛି ଫଗୁଣ ଦୂରେ ।

ଶ୍ରାବଣୀ ଗାଉଛି ବିରହ ଗୀତିକା

ଭେଟି ଦେଇ ଲୁହ ଧାରେ ।0।


ନୀଳ ନିଳିମାର ନୀଳ ଜହ୍ନ ତମେ

ମୁଁ ଆଶାୟୀ ନୀଳ କଇଁ ।

ନିଳିମା ସାଗର ନୀଳ ଜଳରାଶି 

ମୁଁ ପ୍ରତୀକ୍ଷିତା ବେଳାଭୂଇଁ ।

ଜୁଆର ଭଟ୍ଟାର ସମୟ ସାଥିରେ

ଲୋଟୁଥିବା ବେଳାପରେ ।୧।ଘ


ମନ ଅଗଣାରେ ଅସରା ଆଶାକୁ   

  ଭରଶା କରିଛ ବୋଲି ।

ଜୀବନ ଆକାଶେ ମଧୂଝରା ଜହ୍ନ

  ହସୁଅଛି ଖିଲି ଖିଲି ।।

ଫିକା ଫିକା ଲାଗେ ଜୋଜନା ରାତିଟା 

  ରାତି ପାହିଗଲା ପରେ ।୨।




Rate this content
Log in