STORYMIRROR

Arundhati Senapati

Others

3  

Arundhati Senapati

Others

ଧୂମ୍ରାଭ ପୃଥିବୀ

ଧୂମ୍ରାଭ ପୃଥିବୀ

1 min
11.8K

ମାତୃ ଗର୍ଭ ଗୋଇଠା ଖାଏ

ମାତୃ ସ୍ତନ କାମୁଡା ଖାଏ

ମାତୃ ଅଙ୍କ ଅଳି ଅର୍ଦ୍ଦଳି ବି ସହେ।


ସନ୍ତାନର ଶୈଶବର ଏ ଅଝଟ

ବିନା ପ୍ରତିବାଦରେ ହସି ହସି

ମାତୃ ହୃଦୟ ସହେ।


ଯେଉଁ ପ୍ରକୃତି ରୂପକ ମାଆ

ଆମ ମାନଙ୍କୁ ଧାରଣ କରିଛି

ସେ ତ' ସର୍ବଂସହା ମାଆ।


କିନ୍ତୁ୍ ପ୍ରତିଦାନରେ ଆମେ ଦେଇ ଚାଲିଛୁ,

ଛାତିରେ ବଡ ବଡ ଗର୍ତ୍ତ ବିଶାଳ ବିଶାଳ ଅଟ୍ଟାଳିକା

ଅସଂଖ୍ୟ କଳକାରଖାନାର ଭଣ୍ଡାର।


ଇନ୍ଦ୍ରଧନୁ ଓ ପକ୍ଷୀର କାକଳି ନୁହେଁ

ବରଂ ଗବ୍ ଗବ୍ ଧୂମ୍ରାଭ ଯୁକ୍ତ ଆକାଶଟିଏ

ମନୁଷ୍ୟ ଦ୍ବାରା ଅଧୁନା ସୃଷ୍ଟ।


ପଞ୍ଚମହାଭୂତ ଯୁକ୍ତ ପୃଥିବୀ ମାଆ

ସ୍ବୀୟ ସନ୍ତାନର ଆବିଷ୍କାର ଓ ଉଦ୍ଭାବନର ଖେଳରେ

ସଂପୂର୍ଣ୍ଣ ରୂପେ ପୀଡିତା।


ହେଲେ ସନ୍ତାନର ସମସ୍ତ ତ୍ରୁଟି

ମାତୃ ହୃଦୟ ତ' ସର୍ବଦା ସହ୍ୟ କରି ପାରେନା।


ଲଘୁଚାପ ବୃଷ୍ଟି , ଭୂକମ୍ପ, ବନ୍ୟା,

ବାତ୍ଯା, ଝଡ ଭଳି ତାଣ୍ଡବମାନ ରଚେ ପ୍ରକୃତି।


ରେ ମୂଢ ମାନବ

ପ୍ରକୃତି......

ତା' ଇଙ୍ଗିତ ମାଧ୍ୟମରେ ମଣିଷ ସମାଜକୁ

ସଜାଗ ହେବାକୁ ବାରମ୍ବାର ବାର୍ତ୍ତା ଦେଇଚାଲେ।


ସମୟ କେବଳ ମନୁଷ୍ୟର ସଜାଗ ହେବାକୁ

ତା' ସହ ମାତୃ ସ୍ନେହର ଋଣ ପରିଶୋଧ କରିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍