STORYMIRROR

pratap nayak

Others

2  

pratap nayak

Others

ଧୂମୀଳ ସମ୍ପର୍କ

ଧୂମୀଳ ସମ୍ପର୍କ

1 min
284


ପ୍ରତାପ ନାୟକ

7008054282

ତୁମେ ଚାଲିଗଲ ତୁମ ବାଟରେ

ନିଜ ଖୁସି ଓ ମର୍ଜିରେ

ଜୀବନର ଅନ୍ଧଗଳୀରେ

ଏକାକରି ମୋତେ

ଏକୁଟିଆ କେମିତି ମୁଁ ସାଇତି ରଖିବି

ଘଟିଥିବା ଆମ ଭିତରେ ସେହି ସମ୍ପର୍କ

ଯାହା କେବେ ଖଟାଥିଲା କଷି ଆମ୍ବପରି

କିନ୍ତୁ ନିରଳସ ବାସନା ବିଥିଲା

କେବେ ମିଠାଥିଲା ତାର ସ୍ୱାଦ

ଆଦ୍ୟ ଆଷାଢର ମେଘଝଡି ପରି

ପାହାଡର ଛାଇ ପରି ଥିଲା

ବିତେଇଲେ ଅମପା ସମୟ

କିଏ ତାର ହିସାବ ରଖିବ

କିଏ ଝାଡିବ ତା ଉପରୁ ସମୟର ଧୂଳି

କିଏ ସଜେଇ ରଖିବ

ଯେଉଁଠି ରହିବା ତାର ସ୍ଥାନ

ସବୁବେଳେ ହସୁଥିବ ମଲ୍ଲିଫୁଲ ପରି

ହସୋଉଥିବ ରଂଗଅବୀର ବୋଳି

ତମେତ ଯାଣ

କେବଳ ସେହି ମୋର ଶେଷ ସନ୍ତକ

ସେହି ମୋର ପୁଂଜି

ମୋର ସମ୍ପର୍କ

ତୁମ ସହିତ

ହଁ କେବଳ ତୁମ ସହିତ

ସେହି ଧୂମୀଳ ସମ୍ପର୍କ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍