ଧୂଳି
ଧୂଳି

1 min

25
ସହିବାର ଶକ୍ତି
ଧୌର୍ଯ୍ୟ କେତେ ଅଗାଧ ଅମାପ ଅସୀମ ତୁମର
ନିଜ ବକ୍ଷ ପରେ ଧରି
ତଗତ କୁ ଆଗେଇ ଚାଲିଛ
ରହୁଛ ସଦା
କହୁ ନାହିଁ ପାଟି ଖୋଲି
କି ବିଶାଳ ହୃଦୟ ତୁମର
ଆଶୁ ପଛେ ଯେତେ ଝଡ
ଝଞା ନ କରି ସଂକୋଚ
ଆଗେଇ ଚାଲିଛ
ସଦା ଅବ୍ଯକ୍ତ ତୁମ ସ୍ବର
ନାହିଁ ତାର ପଟ୍ଟାନ୍ତର
କେତେ ଯେ ଅଳିଆ ଆବର୍ଜନା
ଦେହେ ଧରି
ବୋହି ଚାଲିଛ
କହୁ ନାହିଁ କିଛି
ତୁମରି ଉପରେ ଚାଲି ଧନ୍ଯ
ମୁଁ ଆଜି
ତୁମେ ହିଁ ମଣିଷ ରୂପେ
ଗଢି ତୋଳିଛ
ତୁମରି ଧୂଳି କୁ ମୁଣ୍ଡରେ ମାରି
ରେଣୁ କଣିକାକୁ ଚନ୍ଦନ କରି
ଛାଡି ଏ ଦେହ
ମର୍ତ୍ତ୍ୟ ମଣ୍ଡଳୂ।
ଯିଵି ଜାଲି
ସାକ୍ଷ୍ଯ ହୋଇ ତୁମେ ହିଁ ରହିବ
ସମାପ୍ତ ହୋଇବ
ମୋରି ଗନ୍ତବ୍ଯ ।