STORYMIRROR

bebismita kar

Others

3  

bebismita kar

Others

ଧୂଳି

ଧୂଳି

1 min
313

ସବୁଠୁ ସାନ ମୁଁ

ସଭିଙ୍କ ଠାରୁ ଭିନ୍ନ

ଧୂଳି ବୋଲି ନାଁ ଟି ମୋର

ସଭିଏଁ ମତେ ଚିହ୍ନ।


ସମସ୍ତଙ୍କର ପାଦ ତଳେ

ପଡିଚି ନିତି ମୁହିଁ

ତଥାପି କେବେ କାହା ଉପରେ

ଅଭିମାନ କରି ନାହିଁ।


ସକାଳୁ ସଞ୍ଜେ

ଘରୁ ବାହାରେ

ଛାଡ଼ି ମତେ ଆସନ୍ତି

ନିଇତି ପୁଣି ଆସଇ ମୁଁ

ନଥାଏ ମୋର ଇତି।


ଦେହରେ ଟିକେ ଲାଗିଗଲେ ମୁଁ

ଝାଡି ଝୁଡି ହୁଅନ୍ତି

ତଥାପି ମୋର ଦୁଃଖ ନାହିଁ

ମାଟି ମା କୋଳେ ମୁଁ ଶାନ୍ତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍