ଧର୍ମର ମାସ କାର୍ତ୍ତିକ
ଧର୍ମର ମାସ କାର୍ତ୍ତିକ
ରିମ୍ ଝିମ୍ ସୁରେ ତାଳ ଦେଇ ଦେଇ,
ବରଷା ରାଣୀ ଧରା ବକ୍ଷ ରୁ ବିଦାୟ ନେଲାଣି,
ଭିଜା ଭିଜା କାକର ପରଶେ କାଶତଣ୍ଡୀ,
ଅଶିଣ ର ହାତ ଧରି ଧରା କୋଳେ ସଅଁପି ଦେଲାଣି ।
ଦେବାଳୟେ ଶୁଭେ ଶଂଖ , ଘଣ୍ଟ ଧ୍ବନି ,
ମନ୍ଦିର ପ୍ରାଙ୍ଗଣ ଧୂପ ବାସନା ରେ ମହକି ଗଲାଣି,
ଭକତ ଜନଙ୍କୁ ଆଶିଷ ଦେବା ପାଇଁ ,
ମାଁ ଦଶଭୁଜା ପୀଠେ ପୀଠେ ଦେଖ ଉଭା ହେଲେଣି ।
ଶୀତୁଆ ସକାଳ କାର୍ତ୍ତିକକୁ ନେଇ ,
ଧରା ବକ୍ଷେ ଧିରେ ଧିରେ ପାଦ ଥାପି ଲାଣି,
ପୂଣ୍ଯ ର ମାସ, ଧର୍ମ ମାସରେ ସବୁ ହବିଷ୍ଯାଳି,
ହବିଷ ଅନ୍ନ ଜୁଗାଡରେ ଦେଖ ଲାଗି ଗଲେଣି ।
ପାହାନ୍ତି ପହରୁ କାର୍ତ୍ତିକ ବୁଡ ଦେଇ,
ମନ୍ଦିର ଭିତରେ ଭକତ ଙ୍କ ଗହଳି ହେଲାଣି ,
ତୁଳସୀ ଚଉରା ରେ ହବିଷ୍ଯାଳି ଯେତେ ଜୁହାର ହୋଇ,
କାର୍ତ୍ତିକ ମାହାତ୍ମ୍ୟ ଗାଇ ଗାଇ ପୂଜା କରନ୍ତି ।
ପୂଣ୍ଯ ର ମାସ , ଧର୍ମ ର ମାସ ଆସିଛି ପୁଣି ,
ଶିତ ଆଗମନୀ ବାରତା ନେଇ,
ଶୀତୁଆ ପବନ ସଭିଙ୍କ ମନେ ପବିତ୍ରତା ର ପରଶ ଦେଲାଣି,
ଶିବାଳୟେ ଭକତ ଜନଙ୍କ ଭିଡ ଜମିଲାଣି ।
ଧର୍ମ ମାସ ରେ ପଞ୍ଚୁକ ପାଳନ୍ତି ସବୁ ଓଡ଼ିଆଣୀ,
ଆ, କା, ମାଁ, ବୋଇ ଗୁଆ ପାନ ଥୋଇ ଗୀତକୁ ଗାଇ,
ଡିଶା ଐତିହ୍ଯ, ଓଡିଆ ଗୌରବକୁ ମନେ ପକାଇ,
ପୂର୍ଣ୍ଣମୀ ସକାଳେ ନଦୀ ଘାଟେ ଯାଇ ବୋଇତ ଭସାନ୍ତି ।
