Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Others

3  

jagabandhu sahu

Others

ଧର୍ମପତ୍ନୀ

ଧର୍ମପତ୍ନୀ

1 min
137


ଏ କୂଳରେ ଝିଅ ସେ କୂଳରେ ବୋହୂ

     ଦୁଇ କୁଳର ସଳିତା

ନିଜେ ଜଳି ସିଏ ଦିଅଇ ଆଲୋକ

    ଏ କଥା ନୁହେଁ ଅନ୍ଯଥା ।


ଦଶ ଦିଗପାଳ ସାଥେ ଅଗ୍ନି ସାକ୍ଷୀ

   ଦଶ ଦୋଷ କ୍ଷମା ବିଧି 

ଜନ୍ମ ଜନ୍ମାନ୍ତର ସାଥି ହୁଏ ପୁଣି

     ତ୍ୟାଗଇ ଆପଣା ନିଧି ।


ଶୁଭକାର୍ଯ୍ୟ କରେ ଧର୍ମପତ୍ନୀ ହୋଇ

    ସ୍ବାମୀ ତାର ମଥାମଣୀ

ନିଜ ହାତ ସ୍ପର୍ଶେ ଗୃହକୁ ସଜାଏ 

    ନାମ ତା ଅଟେ ଘରଣୀ ।


ମାଟି ବେଦୀ ପରେ ସାତଟି କଳସୀ

     ବ୍ରାହ୍ମଣ ପଢ଼ଇ ମନ୍ତ୍ର

ନୂତନ ଜୀବନ ପ୍ରାରମ୍ଭ ନିମନ୍ତେ

    ଅଟେ ଏ ବିଧି ସ୍ବତନ୍ତ୍ର ।


Rate this content
Log in