ଧର୍ମଘଟ
ଧର୍ମଘଟ
1 min
13.9K
ବୋପା କାଳେ ଶୁଣା ନଥିଲା
ବୋଧେ କଳିଯୁଗ ଚାଲିଆସିଲା
ବିଭିନ୍ନ ପ୍ରକାର ଧର୍ମଘଟକୁ
ଏଇ ଆଖି ଦେଖିଥିଲା
ଖାଲି ଦେଖିବାକୁ ବାକିଥିଲା
ରୋଗୀ ମାନଙ୍କୁ ମୋହରା କରି
ମଣିଷ ଧର୍ମଘଟଟିଏ କରିଦେଲା
ସ୍ୱାର୍ଥ ପାଇଁ ଆଜି ମାନବ ଜାତି
କେତେ ଯେ ତଳକୁ ଖସିଲା
ହେଲେ କେତେ ଦୂର ଠିକ କଲା
ବୁଝିବ ଉପର ବାଲା
ଦୁଃଖୀଙ୍କ ଆଖିରୁ ଥରେ ଯଦି ଲୁହ ଝରି ପଡିଲା
ସେ ଲୁହକୁ ଯଦି ଦେଖିଲା ଉପରବାଲା
ଭାବ ତୁମରି କଥା ସରିଲା........
