STORYMIRROR

Chittaranjan Nanda

Others

4  

Chittaranjan Nanda

Others

ଧର୍ମାନ୍ଧତା କଅଣ ଗ୍ରହଣୀୟ ?

ଧର୍ମାନ୍ଧତା କଅଣ ଗ୍ରହଣୀୟ ?

1 min
434

ମୋର ଗୃହର ପୂଜାସ୍ଥାନରେ

ମୋ ଗାଆଁର ଶିବ ମନ୍ଦିରରେ

ଏକାନ୍ତ ଧ୍ୟାନ କରିବାରେ


ଯେଉଁଭଳି ଶାନ୍ତି ପାଇ ଅଛି ମୁହିଁ

ବୁଲିଛି ଜନାରଣ୍ୟ ମନ୍ଦିର କେତେହିଁ

ସେପରି ଦିବ୍ୟ ଭାବନା ପାଇ ନାହିଁ.


ଧରମ ତ ଏକ ବିଶ୍ୱାସ ମଣିଷର

ବିଶ୍ୱାସ ନଥିଲେ ତା ପାଇଁ ପଥର

ଭାବନାକୁ ହସ୍ତକ୍ଷେପ ମୋର ନାହିଁ ଅଧିକାର.


ଦେବାଳୟରେ ନାରୀ ହୁଏ ଶୀକାର

ଯୌନ ଶୋଷଣ ଓ ଅତ୍ୟାଚାରର

ଦୁଃଖ ଲାଗେ ଭାରି ଶୁଣି ଏହି ବିକୃତି ମଣିଷର.


ଭୁଲି ପାରୁନି ଯାହା ସବୁ ଅନୁଭବ କରିଛି

ବ୍ରହ୍ମ କଣ ନଜାଣି ବ୍ରାହ୍ମଣଙ୍କ କାଟତି ଚାଲିଛି

ସେବାୟତ ପୂଜକଙ୍କ ଦୁର୍ବ୍ୟବହାର ବୃଦ୍ଧି ହୋଇଛି.


କଦର୍ଯ୍ୟ ମାନସିକତାକୁ ଯଦି ଭୁଲି ପାରିବା

ଅଶ୍ଳୀଳ କଥା ବା ଇଙ୍ଗିତକୁ ରୋକି ପାରିବା

ତେବେ ବିଶ୍ୱରେ ଦେଶକୁ ବିଶ୍ୱଗୁରୁ ବୋଲାଇବା.


ଅଣଦେଖା କରିବାନି କେବେ ସବୁ ଦୁଷ୍କର୍ମକୁ

ବିରୋଦ୍ଧ କରିବା ସମସ୍ତ ଶୋଷଣ ଅତ୍ୟାଚାରକୁ

ତେବେ ପ୍ରତିଷ୍ଠା କରି ପାରିବା ଧର୍ମ ନିରପେକ୍ଷତାକୁ.


ପ୍ରଶ୍ନ ଉଠେ ମନରେ ସତେ ମନ୍ଦିର ଦେବାଳୟ ନୁହେଁ?

ନା ଅଶାଳୀନ ଦୌରାତ୍ମ୍ୟକାରୀ ଗୋଷ୍ଠୀଙ୍କ ଆଡ୍ଡା? 

ଧର୍ମ ନାମରେ ଧର୍ମାନ୍ଧତା କଅଣ ସତେ ଗ୍ରହଣୀୟ ?


ମନ୍ଦିରକୁ ଯିବା ଆମର ଏକ ମୌଳିକ ଅଧିକାର

ମନ୍ଦିର ଭିତରେ ସୁରକ୍ଷା ମଧ୍ୟ ଏକ ମୌଳିକ ଅଧିକାର

ତେଣୁ ହେ ବିବେକୀ ମଣିଷ ଧର୍ମାନ୍ଧତାକୁ ବିନାଶ କର.



Rate this content
Log in