ଧର୍ମ
ଧର୍ମ
1 min
616
ଧର୍ମ ବଂଚିବା ବଢିବା ର ନାମ
କି ହେବ ନ କରିଲେ କର୍ମ
ରାତି କେ ହାତି ପାଇବା ର ଆଶା
କେହି ଚାହୁଁ ନାହିଁ କରିବାକୁ ନିଜର ପେସା
ଆକୁ ଦେଖି ତାକୁ ଦେଖି
ସମସ୍ତଙ୍କର ଡେଉଁଥାଏ ଡାହାଣ ଆଖି
ସବୁବେଳେ ଅର୍ଥ, ମାନ, ଯଶ ର ନିଶା
ନିଜ ପର ସହ ଚାଲିଛି ଇର୍ଷା
ଧନ ଲୋଭେ କିଏ କାଟେ ତଣ୍ଟି
ରୁପା କୁ ରଙ୍ଗ ଦେଇ କରିଥାଏ ସୁନା ଖାଣ୍ଟି
ଧର୍ମ କୁ ଦ୍ୱାହି ଦିଏ ଅଧର୍ମ ପାଇଁ
ଆତଙ୍କ ଖେଳ ରେ ନିଜକୁ ମିଶାଇ
ନିରୀହ ର ପ୍ରାଣ ଯାଏ ସହି ଜୁଲମ
ଜିବନ ର ମୂଲ୍ୟ ବୁଝେନା ଧରମ
ଧର୍ମ ଧର୍ମ ସବୁଆଡେ ଡାକରା
କେହି ନୁହନ୍ତି କାହାକୁ ନାଙ୍କରା
ଧର୍ମ ସିନା ତାର ନବାକୁ ଜନମ
କର୍ମ ହିଁ କରିଥାଏ ମଣିଷ ସମାନ
ନିଜେ ବଞ୍ଚି ଅନ୍ୟ କୁ ବଞ୍ଚାଇବା
ଏହା ଧର୍ମ ର ମୂଳ ମନ୍ତ୍ର ବୋଲି ଜାଣିବା.
