STORYMIRROR

puja pradhan

Children Stories Children

3  

puja pradhan

Children Stories Children

ଧର୍ମ

ଧର୍ମ

1 min
347

ଧର୍ମ ଦାଣ୍ଡେ ଏଠି ଅଧର୍ମ ହସୁଛି

   କହୁଥାଏ ବାରବାର

 ତୋ ଦୁନିଆରେ ଏଠି ତୋତେ କେ ଚିହ୍ନୁଛି

    ରାଜୁତି ଚାଲିଛି ମୋର

 ପ୍ରତିମୁହୂର୍ତ୍ତ ରେ ଏଠି ବିକା କିଣା ହୁଏ

   ନୀତି, ଅନିତୀ, ଲୋଭେ, ହିଂସା, ମୋହ, ମାୟା

 ମଣିଷ କୁ ଦେଖି ମଣିଷଟି ଏଠି

    ମୁହଁ ଦେଖି କଥା କହେ

 ଧରମ ଦେଖୁଛି ଧରମ ଦେଖୁଛି କହି କହି

    ଅଧର୍ମ ପଛେ ଗୋଡ଼ାଏ 

 ଅଧର୍ମ ରେ ଅଛି କେତେ ସୁଖ, ଶାନ୍ତି

   ଧର୍ମରେ ଥିଲେକି ପାଏ

 ସବୁଜାଣି ଏଠି ଅଧର୍ମ ହାତରେ

   ନିଜକୁ ସେ ବିକିଦିଏ

  ନିଜେ ଡରି ସିଏ ଅନ୍ୟକୁ ଡରାଇ

     ବାରବାର କହୁଥାଏ

  ଧର୍ମ କୁ ଚାହିଁ କହୁଛି ମୁଁ ଭାଇ

     ଧର୍ମ ସବୁ ଦେଖୁ ଥାଏ

  ଜାଣିଛି ମୁନିଜେ ୩ ପାଦ ତୋର

    ଧୀରେ ଧୀରେ ହଜିଗଲା

  ଆଉ ଏକ ପାଦେ ଅଧର୍ମ ଯୁଗରେ

    ଧର୍ମର କି ଟାଣ ରହିଲା

 ମନ୍ଦିରରେ ଏଠି ଧରମ ବସିଛି

    ହାତରେ ପଡିଛି ତାଲା

  ଅଧର୍ମ ଯୁଗରେ ତୋତେ କେ ପଚାରେ

    ନିଜ ସ୍ୱାର୍ଥରେ ମଣିଷ ଏଠି ବଞ୍ଚିଲା

 ପ୍ରତିକର୍ମେ ତାର ଅଧର୍ମ ଚାଲିଛି

   ଧର୍ମକୁ ଦୁହାଇ ଦେଈ

  ନିଜକୁ ବିକି ସେ ନିଜେ କହୁଥାଏ

     ଧର୍ମ ଦେଖୁଛି ରେ ଭାଇ

 ଏହିସବୁ ଶୁଣି ଏହିସବୁ ଦେଖି

    ତୋତେ ମୁଁ ପଚାରୁ ଥାଏ

 ଅଧର୍ମ ଯୁଗରେ ଧର୍ମର ମଣିଷ

   ଧର୍ମ କୁ ହିଁ ଭୁଲିଯାଏ

 ଧର୍ମ ହାତଛାଡି ଅଧର୍ମ ପଥରେ

     ନିଜକୁ ହଜାଇ ଦିଏ

 ପ୍ରତିକ୍ଷଣ ତୋତେ ଦେଖି

     ମୁଁ ଏଠି ହସୁଥାଏ

  ଅଧର୍ମ ଯୁଗରେ ପ୍ରତିଦିନ ଏଠି

      ଧର୍ମ ପରାଜିତ ହୁଏ 


Rate this content
Log in