STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ଧରମ ପଡିଛି ଚାନ୍ଦାଠି ବନ୍ଧା

ଧରମ ପଡିଛି ଚାନ୍ଦାଠି ବନ୍ଧା

1 min
2.5K


ଆସିଗଲା ପାରବଣ କରିବାକୁ ଶୋଷଣ,

ଗଣପତି ଅଗ୍ରପୂଜ୍ୟ ଠାରୁ ହେଲା ବହିନ ।

ଦେଶ ଆଗୋଉଛି କଳ କାରଖାନା ପାଇଁଣ,

କନ୍ୟା ସଂକ୍ରାନ୍ତିରେ ତେଣୁ ବିଶ୍ଵକର୍ମା ପୂଜନ ।

ରାଧାଷ୍ଟମି ଦିନ ମାଟି ଉଠା ହେବ ନଦୀରୁ,

ବଡପର୍ବ ଆସିଗଲା ଜାଣିବ ସବୁଠାରୁ ।

ରାସ୍ତାରେ ରୋକିବେ ଗାଡି ସାହିବସ୍ତି ବୁଲିବେ,

ବହୁ ଆଡମ୍ବର ଆମ ଚାନ୍ଦା ଦିଅ ବୋଲିବେ ।

ଆର ସାହି ଆମ ଠାରୁ ଟପିଯିବ ନାହିଁଟି,

ମା'ରାଣ ଦେଇଦିଅ ହଜାର ଦୁଇଗୋଟି ।

ଡେକୋରେସନ ଆମର କଲିକତି ଷ୍ଟାଇଲ୍,

ଜିଜେ ଶ୍ରୀକାକୁଲମରୁ ମେଲୋଡିଟି କମାଲ୍ ।

ଦୂର୍ଗାପୂଜା ଜମାଣିଆ ଚାନ୍ଦିମେଢ ଚମକ,

ଦେବୀଙ୍କର ମୁକୁଟଟା ବିଂଶତୋଳା କନକ ।

ଭସାଣୀ ଦିଦିନ ପରେ ଗଜଲକ୍ଷ୍ମୀ ପୂଜନ,

ଲକ୍ଷ୍ମୀ ମା'ଙ୍କୁ ହତାଦର କରିବାକି ଏସନ !

କାଳୀ ପୂଜା ଯମକରେ ନକରିଲେ ବାଇନ,

ଆରସାହି ଟୋକାମାନେ କରିବେ ଅପମାନ l

ଶେଷରେ ଧରମ ମାସ କାର୍ତ୍ତିକ ଟା ସରିବ,

ଜାକଯମକ ନହେଲେ ଖାଲିଖାଲି ଲାଗିବ ।

ପାର୍ବଣ ପସରା ସାଥେ କୁରୁଳିବେ ବେପାରୀ,

ଜାଲ ତାଙ୍କ ବିଛାଇବେ ହୋଇ ବଡ ଭଗାରୀ l

ଶ୍ରୀମତୀି କହିବେ ଶୁଣ ପଡୋଶୀ ଯେ ଆମର,

ଫ୍ରିଜ ଟିଭି ୱାସିଂ ମେସିନ୍ କିବା ନାହଁ ତାଙ୍କର ।

ଭିଡକୁ ନୁହେଁଟି ତମେ କଲର୍ ଟିଭି ତାଙ୍କର

ବାଉନ ଇଂଚର ଅଛି କି ଷ୍ଟାଟସ୍ ଆମର !

ପୁଅ କହେ ବାପା ତୁମ ବୋନସ୍ ପଇସାରେ,

ବୁଲେଟ ଗାଡି କିଣିବି କହିଦେଲି ଭଲରେ ।

ଝିଅର ଫରମାଇସ ଆଇଫୋନ କିଣିବ,

ପ୍ୟଣ୍ଟାଲୁନ୍ ଛାଡି ଆଉ କେଉଁ ଆଡେ ନଯିବ ।

ବୋନସ୍ ଆଡଭାନସ୍ ମିଶି କେଉଁ କୋଣେ ପଶିବ,

ପରସନାଲ୍ ଲୋନ୍ କରି ଷ୍ଟାଟସଟା ବଢିବ ।

ଯେଉଁ ଶିବ ସବୁ ଦେଇ ମଶାଣିରେ ବସିଲେ,

ବାଘଛାଲ ଖଣ୍ଡେ ସାହା ତାଙ୍କ ବଂଶକି କଲେ !!

ଶିବ ରାଗି କରୁଛନ୍ତି ଫି ସନ ତାଣ୍ଡବ

ଫାଇଲିନ୍ ହୁଡହୁଡ୍ କେବେ ଚେତା ପଶିବ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍