STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ଧରା ଅବତରଣ

ଧରା ଅବତରଣ

1 min
236

ମାଆଙ୍କ ଧରା ଅବତରଣ  ଅତି ଆଡ଼ମ୍ବରେ ପାର୍ବଣ

  ଲେଉଟିବ ପୂର୍ଵ ଶୀରି

    ତାଙ୍କ ନାମ ମୁଖେ ଧରି

  ହସିବ ପୂଜା ମଣ୍ଡପ ସାଜି ରଙ୍ଗ ତୋରଣ ll


ଦୁର୍ଗତନାଶିନୀ ନାମ  ପୂର୍ଣ୍ଣ ହୁଏ ସର୍ବ କାମ

  ଫେଡ଼ିବ ସକଳ ବ୍ୟଥା

   ନୁଆଇଁଦେ ତା ଆଗେ ମଥା

ଶକ୍ତି ସ୍ୱରୂପିଣୀ ତ୍ରିପୁର ତାରିଣୀ ପଦେ ପ୍ରଣାମ ll

ଉନ୍ମାଦନା ପ୍ରତି ମନେ  ଉତ୍ସହ ଭରେ ସକଳ ପ୍ରାଣେ

  ଯେସନ କୁସୁମ କଳିକାର

      ଆଶା ନବ ପ୍ରଭାତ ର

ଜୁଆରିଆ ହୋଇ ଉଠେ କୋଣେ ଅନୁକୋଣେ ll

ପ୍ରତି ବରଷ ଆସେ ପାର୍ବଣ  ଗତ ବରଷ ଥିଲାକି ଦୂର୍ଦିନ

 ଜଗତଜନନୀ ବିରାଜେ ମଣ୍ଡପେ

   ଗୃହବନ୍ଦୀ ଭକ୍ତ ଦୁଃଖ ସନ୍ତାପେ

  କେଉଁ ଅପରାଧେ ନ ଲଭିଲୁ ତଵ ଦର୍ଶନ ll

ସଜବାଜ କର ଫୁଲମାଳ  ନଭେ ଶୋଭେ ମେଘ ମାଳ

  କାଶତଣ୍ଡୀ ଫୁଲ ହସେ

   ମାଆ ତୋ ଧରା ଅବତରଣ ଆସେ

ନିରସ ହୃଦୟେ ଆନନ୍ଦ ଲହରୀ ଢେଉ ଖେଳେ ll

ଦୁର୍ଗତିନାଶିନୀ ଆସ ସ୍ଥାନେ ସ୍ଥାନେ କି ପ୍ରକାଶ

  ନବ ପୁଲକେ ଏଇ ଧରା

   ମୁଖରିତ ହେଉ ବିଶ୍ୱ ସାରା

କରୁଣା କଟାକ୍ଷେ ମାଗୋ ଘୋର ଅନ୍ଧକାର ନାଶ ll

ଗୁଞ୍ଜରିତ ହେଉ ଜୟଧ୍ୱନି ସେହି ରୂପ ଧ୍ୟାୟି ମହିଷାମର୍ଦ୍ଦିନୀ

  ରୋଗ ଶୋକ ହରଣ କରି

    ନାଶ ଯେ କୋରନା ମହାମାରୀ

  ପୁଣି ଉଶ୍ୱାସ ଧରିତ୍ରୀ ମାତ ଅଭୟଦାୟିନୀ ll



Rate this content
Log in