ଧୋକ୍କା ବାଜ
ଧୋକ୍କା ବାଜ
1 min
298
ମନରେ ନୀରବତା ଲହଡି
ନିର୍ଜନତା ଅଳସ ଭାଙ୍ଗେ
ନିଃସଙ୍ଗତା ଚୁପ୍ ଚାପ୍
ଲୁହରେ ଗାଧାଏ
ତୁମ ପ୍ରକୃତିକୁ ବିଶ୍ଳେଷଣ କଲେ।
ସ୍ୱପ୍ନ ରେ ରଙ୍ଗ ମାଖୁ ମାଖୁ
ଓଠରୁ ରକ୍ତ ଝରେ
ଅନିଚ୍ଛାସତ୍ତ୍ୱେ
ତୁମ ଆଲିଙ୍ଗନକୁ ଆପଣେଇବାକୁ ପଡେ
ଦି ହଳ ଅନ୍ଧାର ପାଦ
ନିଆଁ ରେ ପୂର୍ଣ୍ଣାହୁତି ଦେବା ବେଳେ।
କିଚିରି ମିଚିରି ଶବ୍ଦ
କାନ ଅତଡା ପକାଏ
ଫଡ ଫଡ ହୁଏ ବିଶ୍ବାସ ପକ୍ଷୀ
ଖର ତତଲା ନିଶ୍ବାସ
ଖାଉଥାଏ ପିଶାଚ ପରି
ଅଟ୍ଟହାସ୍ୟ କରି
ଅନ୍ଧାର ଚାରିକାନ୍ଥ ପୃଥିବୀରେ।
ଆସ୍ଥା ତୁଟିଯାଏ
ସବୁ ଘୃଣା ଫିଙ୍ଗିଦିଏ
ଭରସା ଗଦାକୁ
ଧୋକ୍କା ବାଜ ତୁମେ
ମୋ ଆତ୍ମାର ତଣ୍ଟି ଚିପି
ରକ୍ତ ପିଅ।
