ଧୋକା
ଧୋକା
1 min
190
ବୋକି ଝିଅ ଭାବୁଥିଲା ପ୍ରୀତି ବରଷୁଛି,
ଜାଣେନା ସେ ପ୍ରତାରକ ହାବୁଡେ ପଡିଛି।
ଭଲ ପାଇବାଟା ଥିଲା ଅଭିନୟ ତା'ର,
ମିଛରେ ସେ କହୁଥିଲା ତୁ ମୋର ମୁଁ ତୋର ।
ପ୍ରତାରକ ବୁଝିଲାନି ମୂଲ୍ୟ ତା' ପ୍ରୀତିର,
ପ୍ରୀତିକୁ ଭାବିଲା ଖେଳ ପାଗଳ ଭଅଁର ।
ପିନ୍ଧିଥିଲା ମୁହଁରେ ସେ ଛଳନାର ମୁଖା,
ଶେଷରେ ସେ ଦେଇଗଲା ଶକ୍ତ ଏକ ଧୋକା।
