STORYMIRROR

BHABAGRAHI TRIPATHY

Others

3  

BHABAGRAHI TRIPATHY

Others

*ଧନ୍ୟରେ ମନୁଷ୍ୟ ଧନ୍ୟ*

*ଧନ୍ୟରେ ମନୁଷ୍ୟ ଧନ୍ୟ*

1 min
209


ମନୁଷ୍ୟ  ଜନମ  ଦୁର୍ଲ୍ଲଭ  ଜନମ

    କହନ୍ତିି ଜଗତ ଲୋକ

ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ ପୁଣି ସିଏ

    ଜାଣନ୍ତି ଜଗତଯାକ


ମନୁଷ୍ୟ ଏକା ଯେ ବୁଝି ଯେ ପାରଇ

    ପାପର ପୂଣ୍ୟର ଫଳ

ସବୁ ଜାଣି  ଶୁଣି  ତଥାପି କରଇ

   ଜାଣତେ ଜାଣତେ ପାପ


କାର୍ତ୍ତିକ ଆସିଲା ସଭିଏଁ  ମନୁଷ୍ୟ

   ଖାଇଲେ ସାତ୍ତ୍ୱିକ ଖାଦ୍ୟ

ଅରୁଆ ଡାଲମା ଗୁଆ ଘିଅ ସଙ୍ଗେ

   ତା ସଙ୍ଗେ କୋଶଳା ଶାଗ


ମାସ ସାରା ଯାକ ଧର୍ମ କର୍ମ କରି

   ଅର୍ଜିଲେ କେତେ ଯେ ପୂଣ୍ୟ

ହବିଷ ଭୋଜନ ସବୁ ଦିନ ଖାଇ

    ପାପରୁ ରହିଲେ ଦୂର


କାର୍ତ୍ତିକ ଗଲା ଯେ ମଗୁଶୁର ହେଲା

     ଏ ବି ଧରମ ମାସ

ମାଆ ମହାଲକ୍ଷ୍ମୀ ପୂଜା ଯେ ପାଆନ୍ତି

    ମାସକ ଗୋଟାକ ଯାକ


ଅଜବ ମନୁଷ୍ୟ  ଅଜବ ଚିନ୍ତା ତାର

    ଅଜ୍ଞାନୀ ହୋଇଲା ଆଜ

ଜୀବହତ୍ୟା କରି ସବୁ ସାରିଦେଲା

    ପାଳି ଛାଡଖାଇ ଆଜ


ଛେଳି ମାଛ ଆଦି ପଡ଼ିଲେ ବଳି ଯେ

     କରିଲା ପାଟି ସୁଆଦ

ସାତ୍ତ୍ୱିକକୁ ଛାଡି ତାମସିକ ଖାଦ୍ୟେ

     ମନ ବଳାଇଛି ଆଜ


ଧନ୍ୟରେମନୁଷ୍ୟ ଧନ୍ୟତୋର ପୁଣ୍ୟ

    ନାଁଆ କୁ ଧରମ ବ୍ରତ

ଦୟା ଧର୍ମ ନାହିଁ କେଡେ ଯେ ନିର୍ମମ

    ଜୀବହତ୍ୟା କର୍ମେ ଲିପ୍ତ


ବୃଥାଟାରେ କରୁ  କାର୍ତ୍ତିକ ବ୍ରତ ଯେ

    ଆମିଷେ ଥିଲା ତୋ ଧ୍ୟାନ

କେମିତି ସରିବ  କାର୍ତ୍ତିକ  ପୂର୍ଣ୍ଣିମା  

    ଖାଇବୁ ଆମିଷ ଖାଦ୍ୟ


ହାୟରେ ମନୁଷ୍ୟ ହାୟରେ ମନୁଷ୍ୟ

    ନିରୀହକୁ କଲୁ ବଧ

ଜୀବ ହତ୍ୟା କରି ଅଧର୍ମ ଆଚରି

    ପେଟକୁ କଲୁ ଶମଶାନ


ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠବୋଲାଉ ତୁ

    ନିର୍ଦ୍ଦୟ ହୋଇଲୁ ଆଜ

ଅନ୍ୟକୁ ମାରିଣ  ତୃପ୍ତ କଲୁ ଜିହ୍ୱା

    ଟିକେ ହୃଦେ ନାହିଁ କଷ୍ଟ


ଶାସ୍ତ୍ରର ବିଧାନେ କାର୍ତ୍ତିକ ବ୍ରତ କଲୁ

     ଭୁଞ୍ଜିଲୁ ହବିଷାନ୍ନ

କେଉଁ ଶାସ୍ତ୍ରେ ତୋର ଲେଖାଅଛି ପୁଣି

    ପାଳିଲୁ ଛାଡଖାଇ ଆଜ


ଆମିଷ  ଭକ୍ଷଣ ନୁହେଁ ଶାସ୍ତ୍ର ମତ

   ଜୀବ ହତ୍ୟା ମହା ଦୋଷ

ଛାଡଖାଇ ପାଳି କି ଲାଭ ପାଇବ

    ପାପରେ ହୋଇବ ଲିପ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍