STORYMIRROR

Debasis Rout

Others

3  

Debasis Rout

Others

ଧନ୍ୟବାଦ୍ ଶିକ୍ଷକ

ଧନ୍ୟବାଦ୍ ଶିକ୍ଷକ

1 min
230

ତୁମେ ସିଦ୍ଧ, ବୁଦ୍ଧ ତୁମେ ହିଁ ସମୃଦ୍ଧ

 ତୁମେ, ବିଶ୍ଵ ଆଉ ବିଶ୍ଵକର୍ମା

ତୁମେ ହିଁ କେବଳ ସୃଷ୍ଟି କରିପାର

 ନିର୍ଦ୍ଦୟି ମନରେ କ୍ଷମା

ଅମରାବତିର ଅମର ଧାମରେ

 ତୁମେ ଜ୍ଞାନର ବିଦେହ ମୂର୍ତ୍ତି

ତୁମେ ହିଁ ବ୍ୟାସ ତୁମେ କାଳିଦାସ

 ତୁମେ, ଅଧୁନା ଭାରତ କୀର୍ତ୍ତି

କି ଶଦ୍ଦେ ବନ୍ଦିବି ତବ ଶ୍ରୀ ଚରଣ

 ସ୍ୱଳ୍ପ ଜ୍ଞାନ ମୂଢ ମୁହିଁ

ତୁମ୍ଭ ଶ୍ରୀଚରଣ ବନ୍ଦିବାକୁ କୁହ

 ଭାଷା କୋଷେ ଶବ୍ଦ କାହିଁ

ଜ୍ଞାନ ବିନା ପରା ଜୀବନ ଯେ ଛାର

 ଆତ୍ମା ଶୂନ୍ୟ ଦେହ ଲାଗେ

ତୁମ୍ଭରି ଆଶିଷ ଶିକ୍ଷା, ଦୀକ୍ଷା ପାଇ

 ଜ୍ଞାନର ଆଲୋକ ଜାଗେ

ଅଜ୍ଞାନ ରୂପକ ଅନ୍ଧକାରେ ତୁମେ

 ଅମୋଘ ଅଖଣ୍ଡ ଜ୍ୟୋତି

ତୁମ୍ଭରି ଆଶିଷେ ଅଲୋଡା ଆକାଶେ

 ପ୍ରଜ୍ୱଳିତ ଜ୍ଞାନ ଖ୍ୟାତି

ସାର୍ଥକ ହୋଇଛି ଜୀବନ ଆମ୍ଭର

 ଲୋଭି ତୁମ୍ଭ ଦିବ୍ୟ ଜ୍ଞାନ

ଗୁରୁ ପୂଜନର ଏହି ପବିତ୍ର ଦିନରେ

  ଜଣାଏ ଆଭୂମ ପ୍ରଣାମ

ଧନ୍ୟବାଦ୍ ଘେନ ମୋ ସ୍ରଷ୍ଟା ଶିକ୍ଷକ

  ଅନ୍ତରର ଅନ୍ତଃ କଣୁ

ତୁମ ଶ୍ରୀ ଚରଣ ଭଜୁ ଏ ଅଧମ

  ଜଗତ ତାହାକୁ ଜାଣୁ

ଧନ୍ୟ ଅଟେ ମୁହିଁ ତୁମ ଶିକ୍ଷା ପାଇ

  ପାଇଛି ମୁଁ ସ୍ୱର୍ଗ ମୋକ୍ଷ

ଏତିକି କହିବି ହୃଦୟ ବିହାରୁ

  ଧନ୍ୟବାଦ୍ ଶିକ୍ଷକ

   ଧନ୍ୟବାଦ୍ ଶିକ୍ଷକ



Rate this content
Log in