STORYMIRROR

Satyanarayan Sahoo

Others

3  

Satyanarayan Sahoo

Others

ଧନ୍ୟ ମହାପ୍ରଭୁ

ଧନ୍ୟ ମହାପ୍ରଭୁ

1 min
162

ଧନ୍ୟ ମହା ପ୍ରଭୁ ମହିମା ତୁମର

ଅଟେ ଅନନ୍ତ ଅପାର

ଭକତି ଗଦ୍ଗଦ ଅନ୍ତରେ କାତରେ

ଭଜଇ ତବ ପୟର ॥


ହର ମୋର କ୍ଳେଶ ଦିଅ ମୁଖେ ହସ

ଅନ୍ତରେ ଭକ୍ତି ପ୍ଲାବନ

ଖେଳାଇ ସଞ୍ଚାରି ନିଅ ଭକ୍ତ କରି

ମୋତେ ଆହେ ଭଗବାନ ॥


ଭଜୁ ଥିବି ନାମ ଧ୍ୟାଉ ଥିବି ଗୁଣ

ଆରତେ କାତରେ ଡାକେ

ସଂକଟ ତାରଣ ଦୁଃଖ ନିବାରଣ

ତୁମ୍ଭେ ତ ଜଗତେ ଦେଖେଁ ॥


ଭକ୍ତାର୍ତ୍ତି ହାରକ ଆହେ ମହାପ୍ରଭୁ

ମହିମା ମୟ ଆପଣ

ଯେ ଯେପରି ଭଜେ ଯେ ଯେପରି ପୂଜେ

ତାକୁ ମିଳଇ ତେସନ ॥


ଦେଖି ଜାଣି ଶିଖି ସଂସାରେ ଆହା କି 

ଆହ୍ୱାନେ ଭକ୍ତି ଜଡିତ

ଭାବେ ସେବେ ସଦା ହେ ଆନନ୍ଦ ପ୍ରଦା

ତୃପ୍ତି ଲାଗି ତବ ଚିତ୍ତ ॥


କରଇ ଜଣାଣ ପୂଜା ଅରପଣ

ରତ ମୁଁ ଅନବରତ

କରଇ ପ୍ରାର୍ଥନା ସ୍ତୁତି ଅରଚନା

ତୁମ୍ଭରି ତୃପ୍ତି ଲାଗିତ ॥


ଆନନ୍ଦ ମୟୂଖେ ପ୍ଲାବି ଦିଅ ମୋର

ଅନ୍ତର ନିତି ହେ ପ୍ରଭୁ

ତବ ଭକ୍ତି ପୂତ ନିରାଜନା ରତ

ଥାଏଁ ମୁଁ ନିରତ ବିଭୁ ॥



Rate this content
Log in