STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଧନ୍ୟ ବିଶ୍ଵ କଳାକାର

ଧନ୍ୟ ବିଶ୍ଵ କଳାକାର

1 min
12.5K


ଧନ୍ୟ ବିଶ୍ଵ କଳାକାର ସୁଦକ୍ଷ ବିନ୍ଧାଣି

ବିଶ୍ଵ କର୍ମା ମହାମନା ଅଖିଳର ସ୍ଵାମୀ

ଚାରୁ ଚିତ୍ର ବିମଣ୍ଡିତ ବିମୁଗ୍ଧ ଚିତ୍ରରେ

ଜୀବନ୍ତ କରି ଖଞ୍ଜିଲ କେଉଁ ବୁଦ୍ଧି ବଳେ ।।

କିଏ ସେହି କଳାକାର ଅଦୃଶ୍ୟ ଶକତି

ରଚିଲେ ଭୂମି ରୁ ଭୂମା ଖଞ୍ଜି ଦିବା ରାତି

ସୂରୁଯ ଚନ୍ଦ୍ରମା ଅଗ୍ନି ମରୁତ ଆବର

ବନ*,ବନ ଗିରି,ଗ୍ରହ ନକ୍ଷତ୍ର‌ ମଣ୍ଡଳ ।।*ବନ--ଜଳ

ଛଳଛଳ ଢଳଢଳ କୁଳୁକୁଳୁ ନାଦେ

ଝରଇ‌ ବନ ଝରଣା ବନ୍ଧୁର ପଥେ

କୁଜନ ମଧୁ ରାଗିଣୀ ଭ୍ରମର ଗୁଞ୍ଜନ

ବନଫୁଲ ସଉରଭେ ପ୍ରକୃତି ମଣ୍ଡନ ।।

ଦିବସେ ଅରୁଣ ଢାଳେ ସୌର୍ଯ୍ୟ ବୀର୍ଯ୍ୟ କର

ସୁଧାଂଶୁ ରଜତ ଜ୍ୟୋତ୍ସ୍ନା ଢାଳେ ନିରନ୍ତର

ଆହା କି ମଞ୍ଜୁ ମଞ୍ଜୁଳ କଳା କଉଶଳ

ଧନ୍ୟ ତବ ବୁଦ୍ଧି ଗୁଣ ଜ୍ଞାନ ହେ ଈଶ୍ଵର ।।

ନିଜେ ନିଜ ରୂପ ପ୍ରତି କ୍ଷେତ୍ରେ ପ୍ରକଟିତ

କରିଅଛ ତାହା ସ୍ପଷ୍ଟ ହୁଏ ପ୍ରତ୍ୟୟିତ

ସର୍ବମୟ ସର୍ବଘଟେ ତୁମେ ବିଦ୍ୟମାନ

ଶ୍ରୀପଦେ କବି ପ୍ରଫୁଲ୍ଲ କରୁଛି ବନ୍ଦନ ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


Rate this content
Log in